STORYMIRROR

shibaram dalai

Romance

3  

shibaram dalai

Romance

ଡାଇରୀ

ଡାଇରୀ

1 min
110

ମୁଁ ଚାହିଁଥାଏ

ମୋ ସାଥୀର ଫେରିବା ବାଟକୁ

ଉଁ.. ହୁଁ.... ସାଥି ନୁହେଁ

ସାଥୀରୁ କେତେବେଳେ

ପ୍ରେମିକ ସାଜିଛି

ମୋତେ ଅଜଣା ।


ନିତିଦିନ ପରି ସେ ଆସିବେ

ରାତ୍ରିର କିତିମିଟିଆ ଅନ୍ଧାରରେ

ମୋ ହୃଦୟର ଅନେକ ସ୍ଥାନରେ

ସ୍ପର୍ଶ ଦେବେ

ତା ସ୍ପର୍ଶ ହିଁ ତ

ମୋ ଦେହରେ ମାଦକତା ଭରିଦିଏ

ମୋ କଡରେ କିଛି ମୁହୂର୍ତ୍ତ

ଶୋଇପଡ଼େ

ନିଜର ଥକ୍କାପଣ ମେଣ୍ଟାଇବା କୁ

ପୁଣି ମନହେଲେ ଉଠିପଡ଼ି

ମୋ ହୃଦୟରେ ଆଙ୍କିଦିଏ

ଅନେକ ସ୍ମୃତି

କାଳକାଳ ପାଇଁ ।


ଶିବୁ

ଲେଖନପୁର ସାଲେପୁର.




Rate this content
Log in

Similar oriya poem from Romance