STORYMIRROR

Nibedita Mishra

Romance

3  

Nibedita Mishra

Romance

ଦ୍ବନ୍ଦ

ଦ୍ବନ୍ଦ

1 min
319


ଭାବିଥିଲି ଏଥର ସାକ୍ଷାତରେ ପଚାରିନେବି

ମନ ଭିତରକୁ ତୁମର ଏ ଅବାଧ ପ୍ରବେଶ

ଓ ସ୍ବପ୍ନ ସବୁ ଉପରେ ଏ ଅଧିକରଣ କାହିଁକି?


କିନ୍ତୁ ତୁମେ ଯେବେ ଉପସ୍ଥିତ ସମ୍ମୁଖେ

କେଉଁଠୁ ଏକ ବିରାଟ ଶୂନ୍ୟତା ଆସି ବିରାଜେ

ତୁମଠୁ ବି ଆହୁରି ଅଧିକ ଅଧିକାର ନେଇ।


ଶବ୍ଦସବୁ ଲୁଚକାଳି ଖେଳ ଖେଳନ୍ତି

ବାକ୍ୟଟେ ବି ଗଢିବାକୁ ଅସମର୍ଥ ହୋଇପଡେ

ଭାବ ଥାଇ ବି ଭାବାର୍ଥ ହଜାଇ ବସେ।


ସମୟର ଗତିର ସେ ଚଞ୍ଚଳତା

ତାକୁ ରୋକି ରଖିବାର ମୋ ବ୍ୟର୍ଥ ପ୍ରୟାସ

ଚାଲେ ଖାଲି ଜାଣି ଅଜଣା ହେବାର ମିଛ ଅଭିନୟ।


ଶେଷରେ ଆଗମନ ସେ ବିଦାୟ ମୁହୁର୍ତ୍ତ

କିଛି କହି ନ ପାରିବାର ଶୂନ୍ୟ ଅବଶୋଷ

ପୁଣି ଏକ ମିଳନ ପାଇଁ ନିରବ ଅପେକ୍ଷାର ଶୋଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance