STORYMIRROR

Lokanath Rath

Tragedy Classics Inspirational

4  

Lokanath Rath

Tragedy Classics Inspirational

ଦବିଥିବା ସ୍ବପ୍ନ

ଦବିଥିବା ସ୍ବପ୍ନ

2 mins
476


କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲା ,ଆଉ ବୋହୁନାହିଁ,

ଖାଲି ସହି ସହି ସବୁ ରହିଛି ,ଆକାଶକୁ ଚାହିଁ |


କେତେ କେତେ ଦୁଃଖ କେତେ ବେଦନା ଆଉ ସହିବି

ସବୁ କୋହକୁ କେମିତି କେଜାଣି ,ବୁକୁରେ ଚାପି ଧରିବି ।


ଜନ୍ମଠାରୁ ଏବେ ଖାଲି ପାଇଲି ଯେତେ ଦୁଃଖ ଯନ୍ତ୍ରଣା ,

ତଥାପି ଚାଲିଛି କର୍ମ ପଥରେ ,ହୋଇନାହିଁ ବାଟ ବଣା |


ପିଲାଦିନେ ଯେବେ ଖେଳିବାକୁ ସାଙ୍ଗ ସଙ୍ଗେ ମନେ ଭାବିଲି ,

ସାଙ୍ଗ ମୋର ମୋତେ ଦିନେ ଛାଡ଼ିଦେବ,କେବେ ଭାବିନଥିଲି |


ଛାଡ଼ିଦେଇ ମୋତେ ଚାଲିଗଲା ସିଏ ,ଏହି ମିଛ ଦୁନିଆରୁ ,

ଆଖି ବୁଜିଦେଲା ସିଏ ,କିଛି ସ୍ବପ୍ନ ଦେଖିବା ଆଗରୁ |


ତଥାପି ଭାବିଲି ,ପୁରାଣ କରିବି ମୋର ସବୁ ସ୍ୱପ୍ନକୁ ,

ସେହି ହେବ ମୋର ଶେଷ ଉପହାର ,ଦେବୀ ତାକୁ |


ସ୍ବପ୍ନ ଦେଖିଲି ,ମନରେ ବାନ୍ଧିଲି ଆଶା ,ବଢି ଚାଲିଲି ,

କର୍ମ କରୁ କରୁ ପୁଣି କାଳର କାର୍ଯ୍ୟକୁ ଦେଖିଲି |


ଯୌବନର ଯେବେ ସ୍ୱାଦ ଚାଖିବି ବୋଲି ମନେ ଭାବିଲି ,

ମନଲାଖି ମୋର ଏକ ସାଥି ,ପୁଣି ସେବେ ପାଇଲି |


ଭଲପାଇ ତାକୁ ,ନିଜକୁ ତାର ପ୍ରେମଫାସରେ ବାନ୍ଧି ଦେଲି ,

ଦୁହେଁ ମିଶି ସ୍ବପ୍ନ ଦେଖିଲୁ ,ତାର ରୂପରେ ଭଳିଗଲି |


ମନ ହୃଦୟର ମିଳନ ହେଲା ,ତାର ହାତ ଧରିଲି ,

ହସି ହସି ସେହି ପାଉଁଶ ତଳୁ ସ୍ୱପ୍ନକୁ ଖୋଜିଲି |


ସେହି ପାଉଁଶ ଥିଲା ଜଳିଥିବା ସବୁ ମୋର ଖୁସିର ,

ଦାବିଥିଲା ସ୍ବପ୍ନ ପାଉଁଶର ତଳେ ,ସଖି ମୋର ଅତୀତର |


ସେହି ଦବିଥିବା ସ୍ବପ୍ନ ,ମୋର ବନ୍ଧୁ ପିତା ମାତାଙ୍କର ,

ତାସହିତ ଥିଲା ମିଶି ମୋର ସ୍ବପ୍ନ ,ଆଗତ ଭବିଷ୍ୟତର |


କେତେ ଦରାଣ୍ଡିଲି ,ପାଇବାକୁ ସେହି ସବୁ ଦବିଥିବା ସ୍ୱପ୍ନକୁ ,

ଭାବିଲି କହିବି ସବୁ ଦେଖାଇ ,ମୋର ପ୍ରାଣ ପ୍ରିୟାକୁ |


କେମିତି କେଜାଣି ଜାଣି ପାରିଲା ମୋର ସେହି ପ୍ରିୟା,

ଥଟ୍ଟା କରି ମୋତେ କହିଲା ,ଦବିଥିବା ସ୍ବପ୍ନ ସବୁ ମାୟା |


ଶୁଣିଲି ପ୍ରିୟାକୁ ,ମନ ଥିଲା ସେହି ପାଉଁଶ ତଳେ ,

ଖୋଜୁଥିଲି ଦବିଥିବା ସ୍ୱପ୍ନକୁ ବିକଳରେ ,ପାଇବି ବୋଲି କାଳେ


ହାରିଗଲି, ଯେବେ ଖୋଜି ଖୋଜି ନପାଇଲି ଦବିଥିବା ସ୍ବପ୍ନ ,

ତଥାପି ଏବେବି ଭାବି ସେହି କଥା ,ବୁଝୁନାହିଁ ମନ ।


Rate this content
Log in

Similar oriya poem from Tragedy