ଦବିଥିବା ସ୍ବପ୍ନ
ଦବିଥିବା ସ୍ବପ୍ନ
କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲା ,ଆଉ ବୋହୁନାହିଁ,
ଖାଲି ସହି ସହି ସବୁ ରହିଛି ,ଆକାଶକୁ ଚାହିଁ |
କେତେ କେତେ ଦୁଃଖ କେତେ ବେଦନା ଆଉ ସହିବି
ସବୁ କୋହକୁ କେମିତି କେଜାଣି ,ବୁକୁରେ ଚାପି ଧରିବି ।
ଜନ୍ମଠାରୁ ଏବେ ଖାଲି ପାଇଲି ଯେତେ ଦୁଃଖ ଯନ୍ତ୍ରଣା ,
ତଥାପି ଚାଲିଛି କର୍ମ ପଥରେ ,ହୋଇନାହିଁ ବାଟ ବଣା |
ପିଲାଦିନେ ଯେବେ ଖେଳିବାକୁ ସାଙ୍ଗ ସଙ୍ଗେ ମନେ ଭାବିଲି ,
ସାଙ୍ଗ ମୋର ମୋତେ ଦିନେ ଛାଡ଼ିଦେବ,କେବେ ଭାବିନଥିଲି |
ଛାଡ଼ିଦେଇ ମୋତେ ଚାଲିଗଲା ସିଏ ,ଏହି ମିଛ ଦୁନିଆରୁ ,
ଆଖି ବୁଜିଦେଲା ସିଏ ,କିଛି ସ୍ବପ୍ନ ଦେଖିବା ଆଗରୁ |
ତଥାପି ଭାବିଲି ,ପୁରାଣ କରିବି ମୋର ସବୁ ସ୍ୱପ୍ନକୁ ,
ସେହି ହେବ ମୋର ଶେଷ ଉପହାର ,ଦେବୀ ତାକୁ |
ସ୍ବପ୍ନ ଦେଖିଲି ,ମନରେ ବାନ୍ଧିଲି ଆଶା ,ବଢି ଚାଲିଲି ,
କର୍ମ କରୁ କରୁ ପୁଣି କାଳର କାର୍ଯ୍ୟକୁ ଦେଖିଲି |
ଯୌବନର ଯେବେ ସ୍ୱାଦ ଚାଖିବି ବୋଲି ମନେ ଭାବିଲି ,
ମନଲାଖି ମୋର ଏକ ସାଥି ,ପୁଣି ସେବେ ପାଇଲି |
ଭଲପାଇ ତାକୁ ,ନିଜକୁ ତାର ପ୍ରେମଫାସରେ ବାନ୍ଧି ଦେଲି ,
ଦୁହେଁ ମିଶି ସ୍ବପ୍ନ ଦେଖିଲୁ ,ତାର ରୂପରେ ଭଳିଗଲି |
ମନ ହୃଦୟର ମିଳନ ହେଲା ,ତାର ହାତ ଧରିଲି ,
ହସି ହସି ସେହି ପାଉଁଶ ତଳୁ ସ୍ୱପ୍ନକୁ ଖୋଜିଲି |
ସେହି ପାଉଁଶ ଥିଲା ଜଳିଥିବା ସବୁ ମୋର ଖୁସିର ,
ଦାବିଥିଲା ସ୍ବପ୍ନ ପାଉଁଶର ତଳେ ,ସଖି ମୋର ଅତୀତର |
ସେହି ଦବିଥିବା ସ୍ବପ୍ନ ,ମୋର ବନ୍ଧୁ ପିତା ମାତାଙ୍କର ,
ତାସହିତ ଥିଲା ମିଶି ମୋର ସ୍ବପ୍ନ ,ଆଗତ ଭବିଷ୍ୟତର |
କେତେ ଦରାଣ୍ଡିଲି ,ପାଇବାକୁ ସେହି ସବୁ ଦବିଥିବା ସ୍ୱପ୍ନକୁ ,
ଭାବିଲି କହିବି ସବୁ ଦେଖାଇ ,ମୋର ପ୍ରାଣ ପ୍ରିୟାକୁ |
କେମିତି କେଜାଣି ଜାଣି ପାରିଲା ମୋର ସେହି ପ୍ରିୟା,
ଥଟ୍ଟା କରି ମୋତେ କହିଲା ,ଦବିଥିବା ସ୍ବପ୍ନ ସବୁ ମାୟା |
ଶୁଣିଲି ପ୍ରିୟାକୁ ,ମନ ଥିଲା ସେହି ପାଉଁଶ ତଳେ ,
ଖୋଜୁଥିଲି ଦବିଥିବା ସ୍ୱପ୍ନକୁ ବିକଳରେ ,ପାଇବି ବୋଲି କାଳେ
ହାରିଗଲି, ଯେବେ ଖୋଜି ଖୋଜି ନପାଇଲି ଦବିଥିବା ସ୍ବପ୍ନ ,
ତଥାପି ଏବେବି ଭାବି ସେହି କଥା ,ବୁଝୁନାହିଁ ମନ ।
