ଦାୟିତ୍ଵ
ଦାୟିତ୍ଵ




ସନ୍ତାନ ଦାୟିତ୍ଵ ପିତାମାତାଙ୍କର
ଷୋହଳ ବରଷ ଯାଏଁ,
କୋଡ଼ିଏ ବରଷୁ ସନ୍ତାନ ତାହାର
ନିଜ ଗୋଡେ ଛିଡ଼ା ହୁଏ ।
ପଚିଶି ବରଷ ଅତିକ୍ରମ କଲେ
ପିତାମାତା ସେବା କର,
ବୃଦ୍ଧ ପିତାମାତା, ସନ୍ତାନ ସେନେହ
ପାଇବାକୁ ହକଦାର ।
କୁମାତା ନ ହୁଏ ମାତା ଯେ ଜଗତେ
ସନ୍ତାନ କୁପୁତ୍ର ହୁଏ,
ସେବା ଓ ସଂସ୍କାର, ଦାୟିତ୍ଵକୁ ନେଇ
ସମାଜ ଗଢଇ ସିଏ ।
ପକ୍ଷୀ ଶାବକକୁ ମା ତାର ଦାୟିତ୍ବେ
ଚଞ୍ଚୁରେ ଖାଦ୍ୟ ଖୁଆଏ,
ଧିରେ ଧିରେ ବଢି ସଂସାରକୁ ଜାଣେ
ଡେଣା ତାହାର ମେଳାଏ ।
ପଶୁର ଦାୟିତ୍ଵ ନେଇଥାଏ ମାତା
ପିତା ତା ଦୂରେଇ ଯାଏ,
ଯେତେବେଳେ ଧାଏଁ ଶାବକ ତାହାର
ମାତା ମନେ ଖୁସି ହୁଏ ।
ମାତାର ଦାୟିତ୍ଵ ବର୍ଣ୍ଣନା କରିବା
ସକ୍ଷମ ନାହିଁ କାହାର,
ମାତା ମାତୃଭୂମି ସେବାକୁ କରିବା
ଦାୟିତ୍ଵ ଅଟେ ଆମର ।
ଦେଶ ଓ ଦଶର ଉନ୍ନତି କରିବା
ସେବିବା ଗରିବ ନର,
ଅହିଂସା, ଅସତ୍ୟ, ଧର୍ଷଣ, ଶୋଷଣ
ଏସବୁ ନୁହେଁ ସଂସ୍କାର ।
ଗୁରୁ ଜନେ ଭକ୍ତି, ଅସହାୟ ସେବା
ଦାୟିତ୍ଵ ନିର୍ବାହ ହେଉ,
ଦୁଃଖି ରଙ୍କି ଜନେ ସାହାଯ୍ୟ କରିଲେ
ଖୁସି ହୋ'ନ୍ତି ମହାବାହୁ ।
ହାକିମ ଦାୟିତ୍ଵ, ଜନତାଙ୍କ ସେବା
କିରାଣୀ ନଥି ଦାୟିତ୍ଵ,
ପୋଲିସ ଦାୟିତ୍ଵ ଶାନ୍ତି ଓ ଶୃଙ୍ଖଳା
ନାୟ ନ୍ୟାୟୀର ମହତ୍ଵ ।
ଗୁରୁଙ୍କ ଦାୟିତ୍ଵ ଜ୍ଞାନ ବୃଦ୍ଧି ହେଉ
ଶିଶୁ ହେଉ ଉପକୃତ,
ପୃଥିବୀ ଭିତରେ ଯଶ ରଖିଥାଉ
ବଢାଉ ମାନ ମହତ ।
ଦାୟିତ୍ଵ ଭିତରେ ଅବହେଳା ଶଦ୍ଦ
ପଶିଯାଏ ଯେତେବେଳେ,
ଚାଲୁଥିବା ପଥ ବଦଳି ଯିବ ହେ
ପଥଭ୍ରଷ୍ଟ ସେତେବେଳେ ।
ଦାୟିତ୍ଵ ନ ଥିଲେ ଅନ୍ଧକାର ଦିଶେ
ଭୁଲିଯାନ୍ତି ଗୁରୁଜନ,
ଦାୟିତ୍ବହୀନତା ମଣିଷ ପଣିଆ
ସତେ କି ଶ୍ବାନ ସମାନ ।
ଦାୟିତ୍ଵ ରହିଲେ ସଫଳ ହୋଇବ
କର୍ମ ଭୂମି ଯେ ଆମର,
ନାମ ରହିଯାଏ ଅମର ଅକ୍ଷରେ
ଝୁରଇ ସାରା ସଂସାର ।