ଦାୟିତ୍ୱ ବୋଧ
ଦାୟିତ୍ୱ ବୋଧ


ଶୁଣ ଶୁଣ ମାଆ ମାଉସୀ
ମୋର କଥାକୁ ରାଶି ରାଶି।
କଥାରେ ଅଛି ମୋ ମହତ୍ତ୍ୱ
ଶୁଣିଲେ ହୋଇବ ମୋହିତ।
ଶହ ଶହ ଶିଶୁ ଦେଶରେ
ବଞ୍ଚନ୍ତି ଅନାଥ ଭାବରେ।
ସିଏତ ନିର୍ବୋଧ କଳିକା
ବୁଲନ୍ତି ପାଗଳ ପରିକା।
ଏକଥା ଦେଖିଲେ ମାଉସୀ
ଯାଉଛି ଲୋତକ ବରଷି।
ଅଇଁଠା ପତର ଚାଟୁଛି
ଦେଖିଲେ ବିକଳ ଲାଗୁଛି।
ପ୍ଲାଷ୍ଟିକ ଗୋଟାଇ ବିକୁଛି
ଅଇଁଠା ବାସନ ମାଜୁଛି।
ଦେଖନ୍ତି ତାହାକୁ ଅନେକ
ଭାବୁକ ସାଜନ୍ତି କେତେକ।
ହେଲେ ସେ କି ଦୋଷ କରିଛି
କାହିଁକି ଯନ୍ତ୍ରଣା ଭୋଗୁଛି।
ଏମାନଙ୍କ ସଂଖ୍ୟା ଶହରେ
ଧନୀକ ଅଛନ
୍ତି ଲକ୍ଷରେ।
ଦାୟିତ୍ୱ ବହନ କରିଲେ
ନିଜର ପରିକା ଭାବିଲେ।
ମାଆମାନେ ଯଦି ଆଦରେ
କୋଳେଇ ନେବେ ସ୍ନେହରେ।
ପଢ଼ାଇ କରିବେ ମଣିଷ
ମନରେ ଆଣିବେ ହରଷ।
ଆସ ଆସ ମାଆ ମାଉସୀ
ଦାୟିତ୍ୱ ନେବା ଆମେ ହସି।
ସେମାନଙ୍କୁ ନେବା କୋଳେଇ
ଶିକ୍ଷିତ କରିବା ପଢ଼ାଇ।
ପାଠ ପଢ଼ି ଭଲ ମଣିଷ
ହୋଇ ଗଢିବେ ଆମ ଦେଶ।
ପରକୁ ଆପଣା କରିବା
ଦେଶରୁ ଅନାଥ ତଡିବା।
ଦାୟିତ୍ୱ ପୂରଣ କରିବା
ସଭିଏଁ ଖୁସିରେ ରହିବା।
ଏଥିରେ ହୋଇବ ଧରମ
ଏହା ଭାବି କର କରମ।
ଦାୟିତ୍ୱ ବୋଧରେ ଈଶ୍ୱର
ସନ୍ତୁଷ୍ଟ ହୋଇବେ ନିଜର।