STORYMIRROR

Akshayakumar Dash

Action Inspirational Children

4  

Akshayakumar Dash

Action Inspirational Children

ଦାରୁ ଦେବତା

ଦାରୁ ଦେବତା

1 min
366

ଅଗ୍ନି, ଜଳ, ବାୟୁ,ଆକାଶ ମାନେ

କିଏ ବଡ଼ ବୋଲି ପାଞ୍ଚିଲେ ମନେ ।


ଅଗ୍ନି କହିଲେକି ଆଗକୁ ବଢି

ସବୁ ଜୀବ ଜଡ ଦିଏଟି ଗଢି ।


ଜଳ କହିଥିଲେ ଜୀବନ ଦିଏ

ତୁଷାର୍ତ୍ତ ହୋଇଣ କିଏ ନ ପିଏ ।


ବାୟୁ କହେ ନାମ ପବନ ଜାଣ

ଜୀବର ଜୀବନ ମୋ କାମ ଟାଣ।


ଦେହ ଭିତରେଟି ରହିଛି ମନ

ଲୋକେ କହୁଥାନ୍ତି ମନ ପବନ।


କ୍ଷଣିକେ ଉଡେଇ ଦେଇବି ପାରେ

ଉଡିଗଲେ ପ୍ରାଣ ଜୀବନ ମାରେ।


ପୃଥିବୀ ଶୁଣିଲେ ଝଗଡା ମାନ

କିଏ ବଡ଼ ଆମ ଭିତରୁ ଜାଣ।


କହିଲେ,ଆକାଶ ତୁମେକି ବଡ଼

ସବୁଠୁ ଉପରେ ତୁମର ଗଡ଼।


ନିଆଁ, ପବନ କି ପୃଥିବୀ ଜଳ

କିଏ ପାରେ ନାହିଁ ତୁମର ବଳ।


ଆକାଶ କହିଲେ ଶୁଣିଏ କଥା

ଅକାରଣେ ଆମେ ଖେଳାଉ ମଥା।


ନିଜ ଗୁଣମାନ ଆମକୁ ଭଲ

ଦୁନିଆଁ ବାଲାଠୁ ଜାଣିବା ଚଳ।


ଯାଇଁ ପଥ କଡେ ଦେଖିଲେ ଗଛ

ପହଞ୍ଚିଲେ ଯାଇସେ ଆଗ ପଛ।


ନିଆଁ ଆଗେ ପତ୍ର ପୋଡ଼ିଲା ଯାଇ

ଜଳ ପଛେଗଲା ଢାଳିଲା ଥାଇ।


ପବନ ବହିଲା ଭୂମିରେ ଫଳ

ଜୀବ ସକଳଙ୍କୁ ଯୋଗାଏ ବଳ।


ଦେଖୁଥିଲେ ପାଞ୍ଚ ଦେବତା ମାନେ

ଦାରୁ ଦେବତାଙ୍କ ଶକତି ଦାନେ।


ବସୁଧା ହୋଇଲା ଶସ୍ୟ ଶ୍ୟାମଳ

ଗଛବଡ଼ ଆମେ ସବୁ ତା ତଳ।।


Rate this content
Log in

Similar oriya poem from Action