STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ଦାରିଦ୍ର୍ୟତାର କଷାଘାତ

ଦାରିଦ୍ର୍ୟତାର କଷାଘାତ

1 min
346

ଖାଇବାକୁ ମୁଠାଏ ପାଉନାହିଁ ବୋଲି

ମାଗୁଅଛି ମୁଁ ଭିକ

ଭିକଥାଳି ଧରି ଭିକମାଗିଲାବେଳେ

ବାଧେ ମୋର ବିବେକ


କାମଧନ୍ଧା କିଛି ନ ପାଇ ପୋଡେ 

ମୋର କାହିଁ ପେଟ

ଛାତିର କଲିଜାକୁ ପଥର କରି

ହରାଇ ବସିଲି ସବୁ ଵାଟ


କେତେ ପ୍ରବଞ୍ଚନା,ପ୍ରତାରଣା ଶୁଣିବାକୁ

କାହିଁ କେତେ ପଡେ

ମୋ କଅଁଳ ଛୁଆଟି ଭୋକ ଦୁର୍ଦଶାରେ

କେତେ ଯେ ସିଏ ସଢେ


ଲୋକଙ୍କ ଆଖିରେ ନାନା ଉକ୍ତିମାନ

କେତେ କରନ୍ତି ହିନିମାନ

ଦିଅନ୍ତି କେହି କେହି ଅପମାନ

ଭାଙ୍ଗିଯାଏ ସଵୁ ସପନ


କଅଁଳ ଛୁଆର ବିକ୍ରିବଟା କରି

ପାଇବି କି ତାର ମୂଲ

ମନେପଡିଯିବ ତା ମା' ଡାକ

କରିବିନି କେବେ ଭୁଲ


କେତେଦିନ ଚାଲିବ ପେଟ ପାଇଁ

ଏ ସବୁ ନାଟ

ସ୍ବାଧୀନତାର ଏତେ ବର୍ଷରେ ବି

ସରିନି ତାର ଵାଟ   


ଦାରିଦ୍ର୍ୟର ସେତ କଷାଘାତରେ

ହୁଏ କେତେ ନିର୍ଯ୍ୟାତିତ

ଗରିବୀ ହଟାଅ ନାରା ଶୁଣି ଶୁଣି 

ହୁଏ ମୁଁ ଲଜ୍ଜିତ ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract