ଦାଦନର ଶ୍ରମିକ ଦୁଃଖ
ଦାଦନର ଶ୍ରମିକ ଦୁଃଖ
ଆଇଛେ ମୁଇଁ ଦାଦନ ଖଟି
ମୋର ସହର ଛାଡି ,
ଆଲଗା ସହର୍ ପେଟର୍ ଲାଗି
ପେଟେ ମୁଠେ ଦାନା ଦେମି
ହେତିର୍ ଲାଗି ଗାଁ ନୁ ଆସିଛେ ଭାଗି ।
ନିଜର୍ ସହର୍ ଛାଡି
ଅଲଗା ସହର୍ କେ
କରିଛେ ମୁଇଁ ନିଜର୍,
ପେଟେ ମୁଠେ ଦାନା ଦେବାର ଲାଗି
ମୋର୍ ଗାଁ ହେଲା ପର୍ ।
ଭାଲି ହେଉଛେ ରାଏତ୍ ସର୍'ତା
ଆଖି ନାଇଁ ଝୁମୁରା,
ସୋର୍ ପଡି ଯାଏସି ଗାଁ ମାଟି,ସାଙ୍ଗ୍ ସାଥି
ନୁରା ଲାଗୁଥିସି ମୋର୍
ପ୍ରିୟାର୍ ଠରା ନରା ।
ମୋର୍ ମାଁ'ର୍ ହାତର୍ ରନ୍ଧା ଭାତ୍,ତୁନ୍
ବହନିର୍ ରାକ୍ଷୀ ପିନ୍ଧା ,
ସୋର୍ ପଡି ଯାଏସି ରସଲକେଲି,ଡାଲଖାଇଁ
ଆମର୍ ରାଏଜର୍
ପରବ୍ ,ତିହାର୍ ବାହାର୍ ।
କାମ୍ କରି କରି ଥକିଗଲେ ବି
ମାଲିକର୍ ନାଇଁ ବୁଝବାର୍ ମନ୍,
ଦାଦନ୍ ଶ୍ରମିକର୍ ଦୁଃଖ୍ କହେଲେ
କାନେ ସୁଭୁ ଥିସି
କାତ୍ କରୁଥା ନ୍ ।
କେତେ ଅସୁବିଧା ପାଉଛେ
ମୋର୍ ଦୁଃଖ୍ ନିଜେ ଜାନୁଛେ,
କହେମି କାହାକେ
ହେଇଛେ ଦାଦନ୍ ଶ୍ରମିକ୍ ଗୁଟେ
ହେଇଛେ ଦାଦନ୍ ଶ୍ରମିକ୍ ଗୁଟେ ।