STORYMIRROR

Dharitri Das

Tragedy

3.5  

Dharitri Das

Tragedy

ଦାଦନର ଦୁଃଖ

ଦାଦନର ଦୁଃଖ

1 min
21



ଉପାସ ଭୋକେ ହେଉ ପଛେ ମରଣ

ଖଟିବି ନାହିଁ ମୁହିଁ କେବେ ଦାଦନ।

ଦାଦନ ଖଟି ବାପା ଜେଜେ ଆମର

କେତେଯେ ଦଶା ଭୋଗିଛନ୍ତି ପଚାର।

ସେକଥା ଶୁଣି ରୁମ ମୂଳ ଟାଙ୍କୁରେ

ଯାତନା କଥା କିଏ ଅବା ବିଚାରେ ।

ମଣିଷ ଖଟିବାକୁ ଯାଏ ଦାଦନ

କରିବ ପରିବାର ତାର ପୋଷଣ।

ସେଠାରେ ଖଟିବାର ସୀମା ନ ଥାଏ

ପାଉଣା ମାଗିଗଲେ କିଏ ବଞ୍ଚାଏ।

ଭୀଷଣ ମାଡ଼ ସଙ୍ଗେ ରୁହେ ଉପାଷ

ଖୋଲିଲେ ପାଟି ଶେଷେ ହୁଏ ନିଶେଷ।

ଖବର ଆସେ ତୁମ ପୁଅ ମରିଛି

ଜାଣୁନା ଵୋଧେ ଆତ୍ମହତ୍ୟା କରିଛି।

ସେଇଥି ପାଇଁ କରୁଅଛି ଶପଥ

ଦାଦନ ଖଟି ବାରୁ ହେବି ନିବୃତ୍ତ।

ଭାରତ ବାସୀ ଆମ ହୁଅ ସଚେତ

ଖଟିବା ଦେଶେ ରହି ଅନବରତ।

ଦେଶକୁ କରି ଦେବା ସମୃଦ୍ଧିଶାଳୀ

ଜୀବନ ଦେବା ନାହିଁ ଦାଦନେ ବଳି।

       


Rate this content
Log in

Similar oriya poem from Tragedy