STORYMIRROR

Sagar Kumar Parida

Tragedy

3  

Sagar Kumar Parida

Tragedy

ଦାଦନର ଦୁଃଖ

ଦାଦନର ଦୁଃଖ

1 min
218

ଦାଦନ ଶ୍ରମିକ ନୟନରୁ ଅଶ୍ରୁ 

ବକ୍ଷ ଫାଟି ଯାଏ ବହି,

ମହାମାରୀ କାଳେ ପରିବାର ତା'ର 

କେତେ ଦୁଃଖ ଅଛି ସହି।।

ପରିଶ୍ରମ କରି ଖୁସି ଥିଲା ଭାରି

ହସୁଥିଲା ତା' ଦୁନିଆ,

ଏମିତିକା ରୋଗ ଆସିଲା ମହୀକୁ

ସର୍ବେ ହୋଇଲେ ଛାନିଆ।।

ସବୁ ବନ୍ଦ ହେଲା କାମ ନ ମିଳିଲା 

ଅର୍ଥ ଚିନ୍ତା ଖାଲି ଘାରେ

କେମିତି ପୋଷିବ ନିଜ ପରିବାର

ଟଙ୍କାଟେ ନାହିଁ ପାଖରେ।।

ନିଜର ଗ୍ରାମକୁ ପରିବାର ସହ

ଚାଲି ଚାଲି ରାତିଦିନ,

ପହଞ୍ଚିଲା ପରେ ତାହାର ସମସ୍ୟା 

ହୋଇଲାନି ସମାଧାନ ।।

ଚଉଦ ଦିନର ଏକାନ୍ତ ବାସକୁ

ସହିଲା ତା' ପରିବାର

ସରକାରଙ୍କର ସାହାଯ୍ୟ ପାଇକି

ଚଳିଲା କେତେ ଦିନର ।।

ଗ୍ରାମରେ କିପରି କାମକୁ ପାଇବ

ଅର୍ଥ ଚିନ୍ତା ହେବ ଦୂର,

ଦିନେ କାମ କଲେ ଛ ଦିନ ପଡିଆ

ଚିନ୍ତାରେ ହୁଏ ଆତୁର ।।

ପଖାଳ ତୋରାଣୀ ପିଆଜକୁ ଖାଇ 

କେତେ ଦିନ ସେ ବଞ୍ଚିବ

ମାହାମାରୀ ବେଳେ ସର୍ବେ ବିପଦରେ 

କାହାକୁବା ଜଣାଇବ ।।

ଗ୍ରାମ୍ୟ ରୋଜଗାର ଯୋଜନା ଯୋଜନା

ଫାଇଲିରେ ଅଛି ରହି,

ମୂଲିଆ ବାପୁଡା କାମ ପାଏ ନାହିଁ

ଶୁନ୍ୟକୁ ଅଛି ଅନାଇ ।।

କୁଶଳୀ ଶ୍ରମିକ ହୋଇଥିଲେ ସୁଦ୍ଧା

ଏଠାରେ ନ ମିଳେ କାମ,

ମହରଗୁ ଆସି କାନ୍ତାରେ ପଡିଛି

କରମ ତାହାର ବାମ ।।

ଦାଦନଙ୍କ ଦୁଃଖ ବୁଝିବ କିଏ ସେ

ଭିତ୍ତି ଭୂମି ଏଠି ନାହିଁ,

ସରକାରଙ୍କର ବହୁଳ ଯୋଜନା 

ଦାଦନେ ସୁହାଉ ନାହିଁ।।

ଦାଦନଙ୍କ ପାଇଁ କର୍ମର ସଂସ୍ଥାନ

କର ପ୍ରିୟ ସରକାର,

ଓଡ଼ିଆ ଜାତିର ସ୍ୱାଭିମାନ ରହୁ

ନ ଯାନ୍ତୁ କେ ପ୍ରବାସର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy