STORYMIRROR

Rama chandra Pradhan

Inspirational

4  

Rama chandra Pradhan

Inspirational

ଦାଦନ

ଦାଦନ

1 min
429


କାହିଁକି ସାଜିଛୁ ଆଜି ତୁ ଦାଦନ

   ପର ବିଦେଶକୁ ଯାଇ 

ଗାଆଁ ବିଲବାଡ଼ି ପଡିଆ ପଡିଛି 

   ଟାଙ୍ଗରା ଭୂଇଁଟେ ହୋଇ... 

ଚାଷବାସ କରି ଯୋଗାଇ ଦେଏରେ 

   ମୁହଁରେ ମୁଠାଏ ଦାନା 

ଚାଷ ତୋବେଉସା ଚାଷ ତୋ ଭରସା

   ଭାବେନା ତୁ ଅନାବନା... 

ଦିନରାତି ତୁହି କେତେବା ଖଟିବୁ 

    ପର ଘର ଭାତ ଖାଇ  

ଆଖେପାଖେ ତୋର କେହିସାହା ନାହିଁ

   ଫେରିଆ ଫେରିଆ ଭାଇ... 

ମାଆ ହାତରନ୍ଧା ଏଣ୍ଡୁରି ଆରିସା

   ମନେ ପଡୁନି କି ତୋର 

ରଜଦୋଳି ଖେଳ ସାଙ୍ଗସାଥି ମେଳ

  ହୋଇଗଲେ କି ତୋ ପର... 

ମାଆ ଆଖି ଲୁହ ଶୁଖି ଆସିଲାଣି 

  ତୋତେ ବାପ ଝୁରି ଝୁରି 

ଭିଟାମାଟି ଛାଡି କେମିତି ରହିଛୁ 

   ଆପଣାକୁ ପର କରି...

ଡାକେ ତୋର ମାଆ ଆଉ ମାଟି ମାଆ 

  ଫେରିଆ ଫେରିଆ ଧନ 

ଡେରି ନକରି ତୁ ସଅଳ ଫେରିଆ

   ଅଧିର ହେଲାଣି ମନ... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational