ଦାଦନ
ଦାଦନ
ପ୍ରାଣ ପ୍ରାଚୁର୍ଯ୍ୟରେ ଏ ମାଟି ମହାନ
ଭୁଲିଲ କି ତାହା ଉତ୍କଳ ସନ୍ତାନ
ନ କରି କର୍ମ ସନ୍ଧାନ
ଦୂର ଦେଶେ ଯାଅ ଖଟିଣ ଦାଦନ ।
ଧାନ ପାନ ମୀନ ଉପକୂଳ ରେଖା
କଂସା ବାସନରୁ ପଟ୍ଟଚିତ୍ର ଲେଖା
ନ କରି ତାକୁ ଜୀବିକା
ଦାଦନ ଖଟୁଛ ଏକି ତୁମ ଶିକ୍ଷା ।
ଖଣି ଖାଦାନରେ ପରିପୂର୍ଣ୍ଣ ମାଟି
ସୁନାର ଫସଲ ପଡେ ପୁଣି ଲୋଟି
ସେଇ ତୋର ଚାବିକାଠି
ସୁନା ତୁ ଫଳାରେ ସେ ମାଟିରେ ଖଟି ।
ଦାଦନ ନୁହେଁରେ ସ୍ୱାଭିମାନେ ଜିଇଁ
ପ୍ରାଣବଳୀ ଦେବା ଜନ୍ମଭୂମି ପାଇଁ
ହସିବ ଏ ଦେଶ ଭୂଇଁ
ଦାଦନ ଯେ ଏଠି ରହିବ ନାହିଁ ।