ଚଉପଦୀ - ସଖିମେଳେ ରାଜଜେମା
ଚଉପଦୀ - ସଖିମେଳେ ରାଜଜେମା
କବି - ଲିଙ୍ଗରାଜ
ତାଳ - ଏକତାଳି
ସଖିମେଳେ ରାଜଜେମା
ହୋଇଛି ଠିଆ ଲୋ ।
ତରାଗଣ ମଧ୍ୟେ ଯେହ୍ନେ
ଚନ୍ଦ୍ରଉଦିଆ ଲୋ । ଘୋଷା ।
କାଟିଛି ଚୈତନ୍ୟ କଲି
ତା ପରେ ସୁନା ଟିକିଲି ।
ନାସାରେ ଲାଖିଛି ଫୁଲି
ବସଣୀ ରୁଆ ଲୋ । ୧ ।
ଓଟାରି ବାନ୍ଧିଛି ଜୁଡ଼ା
ସେବତୀ ମଲ୍ଲୀ ପାଖୁଡ଼ା ।
ତହିଁକି ହୋଇଛି ବେଢ଼ା
କେତକୀ କିଆ ଲୋ । ୨ ।
ନୟନେ ରଞ୍ଜିତ କଲା
ପାଦରେ ବାଜେଣୀ ବଳା ।
ଝୁମୁ ଝୁମୁ ଝମକୁଛି
ପାଦଝୁଣ୍ଟିଆ ଲୋ । ୩ ।
କହଇ ଲିଙ୍ଗରାଜନ
କୁମାର ପୂର୍ଣ୍ଣିମା ଜହ୍ନ ।
ତୋଠାରେ ଦେଇଛି ମନ
କର ସୁଦୟା । ୪ ।
