STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଶ୍ୟାମ ଅପବାଦ ମୋତେ

ଚଉପଦୀ - ଶ୍ୟାମ ଅପବାଦ ମୋତେ

1 min
13.1K


ଶ୍ୟାମ ଅପବାଦ ମୋତେ ଲାଗି ଥାଉ

କବି - ଗୋପାଳକୃଷ୍ଣ ପଟ୍ଟନାୟକ

ରାଗ -ଝିଞ୍ଝୋଟ ,ତାଳ- ମିଶ୍ର ଚାପତାଳ


ଶ୍ୟାମ ଅପବାଦ ମୋତେ

ଲାଗି ଥାଉରେ ପ୍ରାଣସହି ।

ନିତି ସେହି ଚିନ୍ତାରେ ମୋ

ଦିନ ଯାଉରେ । ପଦ ।

ଚାହିଁଦେଲେ ଥରେ ସେ ଶ୍ରୀମୁଖ

କୋଟିଏ କୋଟି ଜନ୍ମର ଦୁଃଖ

ଲିଭିଯାଉଛି ରେ ପରାଣ ମିତଣୀ

ଯେ ଯେତେ ବୋଲିବ ବୋଲୁଥାଉ । ୧ ।

ବିନୟ ବାରାଧି ମୃଦୁବାଣୀ

ଶ୍ରୁତି ପଥରେ ଯେ ଥିବ ଶୁଣି

ପୀୟୂଷାଶନ ଜନଙ୍କୁ ଧନ୍ୟବୋଲି

ବୋଲିବ କି ତା ଦୁଃଖରେ ଆଉ । ୨ ।

ବାଡ଼ଭିତ୍ତିକି ହୋଇଲା ପରି

ବୋଲୁଥିଲେ ହେଲେ ବ୍ରଜନାରୀ

ଶୁଣି ନଶୁଣିଲା ପରି ମୁଁ ଯାଉଛି

ଆଡ଼ ଉହାଡ଼ରେ ଶବଦାଉ । ୩ ।

ଗୋପାଳକୃଷ୍ଣ ବୋଲଇ ଧୀରେ

ବାଚାଳୀ କୁଟିଳା ଚାପଲ୍ୟରେ

ବରଜ ନଗର ଯାକ ସ୍ଫୁଟ ହେଲା

ସଦା ବେଳେ ହେଉ ରାଉ ରାଉ । ୪ ।


Rate this content
Log in

Similar oriya poem from Classics