STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ସେ ତ ଚିକ୍କଣ କାଳିଆ

ଚଉପଦୀ - ସେ ତ ଚିକ୍କଣ କାଳିଆ

1 min
13.9K


କବି - ସାଲବେଗ


ସେ ତ ଚିକ୍କଣ କାଳିଆ କାହା ପୁଅ

ଗୋ କହ କହ

ସେ ତ କଦମ୍ବମୂଳିଆ କାହା ପୁଅ

ଗୋ କହ କହ

ସେ ତ କାଇଁଚମାଳିଆ କାହା ପୁଅ

ଗୋ କହ କହ । ୧ ।

ଦୂତୀ ଆଗେ ଚନ୍ଦ୍ରାବଳୀ କହି

କାଲି ଯମୁନା (ଗୋ) ଗଲି ସହି

କଦମ୍ବମୂଳରେ କି ରୂପ ଦେଖିଲି

ଚାହିଁ ଚମକିପଡ଼ିଲି ମୁହିଁ

ଗୋ କହ କହ । ୨ ।

ଦେଖିଲେ ବୋଲଇ ରହ ରହ

କାଖରୁ କଳସୀ (ଗୋ) ତଳେ ଥୁଅ

ବଙ୍କିମା ନୟନେ ତେରଛ ଚାହିଁଲେ

କାମେ ଜରଜର ମୋର ଦେହ

ଗୋ କହ କହ । ୩ ।

ନନ୍ଦେରି ନନ୍ଦନ ରୂପ ଭଲା

କେଉଁ ନାରୀ ତାକୁ (ଗୋ) ଜାତ କଲା

କାହୁଁ ସେ ଆଣିଛି ମୋହନ ମୁରଲୀ

ଗୋପନାରୀ ଚିତ୍ତ ଚୋରି କଲା

ଗୋ କହ କହ । ୪ ।

ଚନ୍ଦ୍ରାବଳୀ ଆଗେ ଦୂତୀ କହି

ନନ୍ଦନନ୍ଦନ ଗୋ ସେହି ସେହି

କହେ ସାଲବେଗ ଜାତିରେ ଯବନ

ଶ୍ରୀରଙ୍ଗାଚରଣ ନିତେ ଧ୍ୟାୟି

ଗୋ କହ କହ । ୫ ।


Rate this content
Log in

Similar oriya poem from Classics