STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ମିତ ଚାହାଁ ଏ ପରା

ଚଉପଦୀ - ମିତ ଚାହାଁ ଏ ପରା

1 min
12.9K


କବି -ଦୀନକୃଷ୍ଣ ଦାସ

ରାଗ -ଧନାଶ୍ରୀ , ତାଳ - ଆଠତାଳି


ମିତ ଚାହାଁ ଏ ପରା

ବ୍ରଜ ଯୁବତୀମାନଙ୍କ ଚିତ୍ତଚୋରା । ପଦ ।

ମୁରଲୀ କରେ ଧରି ମାରେ ନେତ୍ର କଟାରି

ପତି ବରତ ହରି ନିଅଇ ଚୋରି କରି

ତା ପାଲରୁ ଉବୁରି ଅଛି କି ବ୍ରଜନାରୀ

ନ ପଡ଼େ ଧରା ।

ଜାଳିଣ ମୁଁ ଜାଗର ପୂଜିଣ ଶିବା ହର

ପାଇବି ସେ ନାଗର ତାଠାରୁ ସୁଆଦର

ଦୀନକୃଷ୍ଣର ଗୀର ଭାଷନ୍ତି ବାରମ୍ବାର

ମୋ କଣ୍ଠହାରା ।


Rate this content
Log in

Similar oriya poem from Classics