Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କେଳି ଲାଳସୀ କୁଟିଳକେଶୀ

ଚଉପଦୀ - କେଳି ଲାଳସୀ କୁଟିଳକେଶୀ

1 min
6.6K


କବି -ନୃସିଂହ ପଟ୍ଟନାୟକ


କେଳି ଲାଳସୀ କୁଟିଳକେଶୀ

କଳାବୟସୀ କୋମଳ ଭାଷୀ ।

କାଳେ ହେଲା ଆସି

ହୋଇଲି ବିଦେଶୀ

ତୋ ଅଙ୍ଗସଙ୍ଗ ନ ରସିରେ ।

କିଶୋରୀ । ୧ ।

କଲା କୁସୁମ ଶାୟକ ଲାଖ

କୁନ୍ଦରଦନୀ ପାରିଲେ ରଖ ।

କେଉଁଦିନ ଯିବ

ଦଇବ ବିମୁଖ

ଯାଇ ଦେଖିବି ତୋର ଶ୍ରୀମୁଖରେ ।

କିଶୋରୀ । ୨ ।

କି କରିବି ନ ଦିଶଇ ବୁଦ୍ଧି

କି ନ କରଇ ବିଷମ ବିଧି ।

କରି ଯେ ଥିଲି

ବରଷାକୁ ଅବଧି

କେହି ବଞ୍ଚିବୁ ଲାବଣ୍ୟନିଧିରେ ।

କିଶୋରୀ । ୩ ।

କରୁଅଛି ରେ ବସି ବିଚାର

କେଡ଼େ କରୁଣା ହୃଦୟ ତୋର ।

କେମନ୍ତେ ହେଲା

ଏବେ ଏଡ଼େ ନିଷ୍ଠୁର

ଅପରାଧ ଘେନି ମୋର ରେ ।

କିଶୋରୀ । ୪ ।

କହୁଁ କହୁଁ ଯେ ହୋଉଛି ମୋହ

କେତେ ସହିବ ଦୁଃଖ ଏ ଦେହ ।

କହେ ନୃସିଂହ

ପଟ୍ଟନାୟକ ତୋହ

ସନ୍ଦେଶ ନେଲା ସନ୍ଦେହରେ ।

କିଶୋରୀ । ୫ ।


Rate this content
Log in

Similar oriya poem from Classics