Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

3  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କାନ୍ତ ବିନା ଦିବା ରଜନୀ

ଚଉପଦୀ - କାନ୍ତ ବିନା ଦିବା ରଜନୀ

1 min
7.2K


କାନ୍ତ ବିନା ଦିବା ରଜନୀ ସଜନୀ

କବି - ଉପେନ୍ଦ୍ର ଭଞ୍ଜ

ରାଗ -କାମୋଦୀ ତାଳ- ଝୁଲା


କାନ୍ତ ବିନା ଦିବା ରଜନୀ ସଜନୀ

କୋଟି ଯୁଗସମ ହେଲାଟି ରେ । ପଦ ।

କାହିଁ ସେ ରହିଲେ କିମ୍ପାଇଁ ନଇଲେ

ତେଣୁକରି କାମ ଅନଳେ ଦହିଲେ ।

କିବା କେଉଁ ନାରୀ କି ମନ୍ତ୍ରେ ମୋହିଲେ

ସେ ଦେଶେ ମଦନ ମଲାଟି ରେ । ୧ ।

ଭାରି ହେଲା ଆସି ଅଙ୍ଗକୁ ବସନ

ତଥିପରେ ଆଭରଣ ଏ ଭୂଷଣ ।

ଦେଖ ଦେଖ ସଖି ଏ ଝଞ୍ଜା ପବନ

କାମବାଣେ ପ୍ରାଣ ନେଲାଟି ରେ । ୨ ।

ଯେବେ ଥାନ୍ତେ କାନ୍ତ ବସନ୍ତ କାଳରେ

ଘେନି ବଞ୍ଚୁଥାନ୍ତି ଦିବା ଯାମିନୀରେ ।

କେତେ କେତେ ପ୍ରୀତି ମାନ କରୁଥାନ୍ତି

କେତେ ସୁଖ ତୁଟି ଗଲାଟି ରେ । ୩ ।

ତା ଲାଗି ଏ ଜୀବ ନାଶକୁ ଲଭିବ

ହତ୍ୟା ଦୋଷରେ କି କାରଣୀ ହୋଇବ ।

କୁସୁମ୍ଭୂଷଣ ହେଲା ଅକାରଣ

ଭଣେ ଉପଇନ୍ଦ୍ର ଭଞ୍ଜଟି ରେ । ୪ ।


Rate this content
Log in

Similar oriya poem from Classics