Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2.5  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଏ ଘୋର ବରଷା କାଳେ

ଚଉପଦୀ - ଏ ଘୋର ବରଷା କାଳେ

1 min
7.0K


କବି - ଉପେନ୍ଦ୍ର ଭଞ୍ଜ

ରାଗ -ସୁରାଟ ତାଳ- ଆଡତାଳି


ଏ ଘୋର ବରଷା କାଳେ ପ୍ରିୟା ରସା

ରସ ଆଦରରେ ବସିଥିବ ।

ବନ ପତି ପତି ପତି ପରେ ଦୃଷ୍ଟି

ଦେଇଣ ସନ୍ତାପ କରୁଥିବ ।

ଗରିଶ ମଣି ସେ ଭାରାନିବାରିଣୀ

ନେତ୍ର ଅମ୍ବୁଜରେ ମଣ୍ଡୁଥିବ । ୧ ।

ସୁନାସୀର ଧନୁ ଟଙ୍କାର ଶବଦେ

ଅବଳା ଚମକି ପଡ଼ୁଥିବ ।

ରବିସୁତା ପରେ ଇନ୍ଦ୍ର ବାହନକୁ

ଦେଇଣ ନିରୋଧ କରୁଥିବ ।

ବିଷ୍ଣୁ ବାହାନଙ୍କ ଅରି ଧରାପରେ

ବସି ମୋ ସଙ୍କେତ କରୁଥିବ । ୨ ।

ହର ଘରଣୀ ବାହାନ ରିପୁ ଦକ୍ତ

ପଲ୍ୟଙ୍କ ତେଜ୍ୟା ସେ କରୁଥିବ ।

ଘୋର ବନ ଦେଖି ବନେ ଚନ୍ଦ୍ରମୁଖୀ

ଚଉଦିଗକୁ ନିରେଖୁଥିବ ।

ଉପଇନ୍ଦ୍ର ଭଣେ ସେ ମନମୋହିନୀ

ପିଣ୍ଡରେ କି ପ୍ରାଣ ରଖିଥିବ । ୩ ।


Rate this content
Log in

Similar oriya poem from Classics