STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-95

ଚଉପଦୀ ଧର୍ମୀୟ-95

1 min
323

ଚଉପଦୀ

ଭାଗ (95)

ରାଗ - କାମୋଦୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ,

କହିଁ ହଜାଇ ଦେବୁ ମତିକି ରେ

ନାହିଁ ବୋଲିବା କଥା, ଜାଣିବୁ କି ସର୍ବଥା,

ଆଉକି ସମ୍ଭାଳିବୁ ଧୃତିକି ରେ (ଘୋଷା)

ଏ ନଗରେ ଏଣିକି, ଭ୍ରମେ ଚୁମ୍ବିବ ନିକି, ‘ସତୀ’

ଏ ଦୁଇ ବର୍ଣ୍ଣ ଶ୍ରୁତିକି ରେ, ସତେ ପ୍ରାଣମିତରେ

ତା ସେବାରୁ ଇତରେ ଯୁବତୀଜନମକୁ ଗତିକି ରେ (1)

ଯେବେ ସେ ହେବ କୋଳେ, କଳାବତୀ ମଣ୍ଡଳେ,

ନ ଟେକିବୁ କି ଶ୍ୱେତ ଛତିକି ରେ, ଚୁମ୍ବିଲେ ତା ବଦନ

କଞ୍ଜଟି - ଗୁରୁଜନ ଗଞ୍ଜନ ଲଭିଲେ ହେଁ କ୍ଷତି କି ରେ (2)

ଭବନ ମଣି ବିଷ, ସେ ନବ ଯୁବା ପାଶ, ରବିନନ୍ଦନାତୀର

କ୍ଷିତିକି ରେ, କି ସୁଖ ଇନ୍ଦ୍ର ସଙ୍ଗେ, ନନ୍ଦନରେ

ନିଃଶଙ୍କେ ଆରୋହିଲେ ଅଭ୍ରମୁପତିକି ରେ (3)

ଅବା ତା ପଥେ ଯିବା, ଜାଣି କଳପି ଥିବା,

 ତା ପଛେ ଯେତେ ପରାଭୂତିକି ରେ, ମୋହନସ୍ମିତ

 ଅବଲୋକେ ପାସୋର ଯିବ ନ ଆଚରିବ କି ବିନତିକି ରେ (4)

ଶୁଣି ଶ୍ରୀ ଠାକୁରାଣୀ, ଚିତ୍ର ମଣିଲେ ଜାଣି, ନଥିଲା ପରି

ହରିପ୍ରୀତିକି ରେ, ସେ କାଳେ ଦୁଇ ସଖୀ,

କୃପା କଲେ ସୁମୁଖୀ, ମୁକୁନ୍ଦଦେବ ଗଜପତିକି ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics