STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-87

ଚଉପଦୀ ଧର୍ମୀୟ-87

1 min
103

ଚଉପଦୀ

ଭାଗ (87)

ଗାଗ – ସାରଙ୍ଗ, ଆଦିତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଚନ୍ଦନବାସି କୁନ୍ଦବରହାସି ରେ (ପଦ)

କରୁଣାମୟ ବରୁଣାଳୟ ହୃଦୟା ଘନକେଶି ରେ,

ପରାପର ତୁ ମତେ, ହେଲୁ ପରା ନିରତେ ହରାଘ୍ରିଂଭଜନରୁ କାଶୀରେ (1)

ଶରଣାଙ୍କିତ ଅରୁଣାମ୍ବୁଜଚରଣା ମୃଦୁଭାଷି ରେ,

ଧରା ତରୁଣୀ ଶିର, ଝରା ରତନ ମତେ କରା

ଆଜ ତୋ ନିଜ ଦାସୀ ରେ (2)

ମଦନେ ଷୁଜକଦନେ ଗଲି ଭାସି ରେ

ତରୀପରି ଅଙ୍କରେ, କରି ନିବିଡତରେ ପରିରମ୍ଭରେ ରଖ ଆସି ରେ (3)

ଲଳନାବର ତୁଳନା ପରିକଳନା ଗୁଣରାଶି ରେ,

ଅନା ଅନା ଚପଳା, ନୟନାନ୍ତରେ ତୁମଦନାହବକୁ ତୁ ଫରମାସି ରେ (4)

କରି ବନ୍ଦନ ହରିଚନ୍ଦନ କହେ କୁଞ୍ଜବିଳାସି ରେ,

ରୁଷା ବରଜି ମୃଗଦୃଶା ପଡିଲେ ମୃଦୁ ମସାରନିଭ ଭୁଜପାଶୀ ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics