STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-86

ଚଉପଦୀ ଧର୍ମୀୟ-86

1 min
363

ଚଉପଦୀ

ଭାଗ (86)

ରାଗ - ସାରଙ୍ଗ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଚନ୍ଦ୍ରବଦନା ସ୍ନେହେ କହ ରେ କାହାର ହାରମଣି ତୁ (ପଦ)

ତୋର ଚରଣ ନଖର ଗଣ,

ଶରଦୁବିତ ତାରା କିରଣ

ପରମ୍ପରା ସୁସମରୁ କଣ,

ବରବାମା ବୃନ୍ଦେ ନାହିଁ ଏ ବ୍ରଜ ସହରେ (1)

ବଳାହକରୁ କବରୀ କଳା,

କଳାକର - ବିମ୍ବ ମୁଖ ତୁଳା

କଳା ମାତ୍ର ନାହିଁ ରେ ଅବଳା,

ବଳା ବଳୟ କି ଋତୁ ଭୂଷାନିବହ ରେ (2)

ତନୁବର୍ଣ୍ଣ ବଳିଛି କୁନ୍ଦନୁ,

ତନୁ - କଟିଟି କି ଯିବ ମନୁ

ଅନୁମିତ ହୁଏ ମଣିସାନୁ,

ସ୍ତନୁ ଊଣା ହୋଇବ, ଏ ତହୁଁ ଦୁର୍ବହ ରେ (3)

ଯଉବନମଦ ଚାଲି ଲବ,

କେଉଁ ବନ ମଦଗଜେ ଥିବ

କଉତୁକର ତୁ ତ ଅର୍ଣ୍ଣବ,

ନତ - ବନ୍ଧୁ କି ତୁ ସ୍ପର ସିନ୍ଧୁ ପ୍ରବାହ ରେ(4)

ପଟାଟୋପେ ଲୋକେ ନିରତ୍ତମ,

ଛଟା କଟାକ୍ଷରୁ କି ବିଷମ

କଟିଟିନୁଟାକି ହେବ ସମ,

ସଟାବଟା ନ କର ରୋଷେ ମୋ ଆଗ୍ରହରେ (5)

ଧନ ହୁଅ ଯାହାର ତାହାର,

ମୁଁ ତୋ ଚାକରୁଁ ନୁହେଁ ବାହାର

ମୁଖ ପଙ୍କଜ ମଉଳା ହାର,

ଦେବୁଟି କି ମୋତେ, ମଜ୍ଜାଅ ଦେହରେ (6)

ବସୁଦୁର୍ଗ ପୁରନ୍ଦର ଭାଷେ,

ଶ୍ୟାମସୁନ୍ଦର ବାଣୀ ବିଳାସେ

ଲାଜେ ମଜ୍ଜିବାର ମହୀ ବାସେ,

ହସି ପଳାଇଲେ ମହା - ମଦନ ମୋହରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics