ଚଉପଦୀ ଧର୍ମୀୟ-68
ଚଉପଦୀ ଧର୍ମୀୟ-68
ଚଉପଦୀ
ଭାଗ (67)
ରାଗ - କେଦାର, ଆଠତାଳି
(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)
କେଡେ କଉତୁକୀ କଳାଚାନ୍ଦ ଲୋ (ପଦ)
କେଉଁ ଯୁବତୀକି ନେଉନାହିଁ ଝିଙ୍କି ତା ନୟନ ଫାନ୍ଦ ଲୋ (1)
କୁଚେ ଥାଏ କର ବଦନେ ମଧୁର ହସିତ ଶୁଖିଲା କାନ୍ଦ ଲୋ (2)
କର୍ଣ୍ଣକୁବଳୟ ଉଞ୍ଚାଇ ପ୍ରଣୟ - କୋପୁଟି କେଡେ ପସନ୍ଦ ଲୋ (3)
କା ମନ ନ ମୋହେ ସେ କିଶୋର ନୁହେ ଶୃଙ୍ଗାରଭୂରୁହ କନ୍ଦ ଲୋ (4)
କମନୀୟ କେକୀ - ଝାଲରିଆ ସେ କି ଜଗତୀ ନୟନାନନ୍ଦ ଲୋ (5)
ଅଷ୍ଟଦୁର୍ଗନାଥ ତାଙ୍କ ପାଦପାଥରୁହ ମରନ୍ଦ ମିଳିନ୍ଦ ଲୋ (6)
କବିସୂର୍ଯ୍ୟ ବଳଦେବ ରଥ
