STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-59

ଚଉପଦୀ ଧର୍ମୀୟ-59

1 min
121

ଚଉପଦୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ରାଗ – ପୂରବୀ – ଆଠତାଳି

କିଣା ପରା ନିକୁଞ୍ଜ-ବିଳାସୀ, ରେ ବୀଣାଭାଷୀ (0)

ବାମନୟନା ରେ, କଲୁ କି ନିରାଶ, ଶ୍ୟାମ ଶ୍ରୀମୁଖେ ତ ନାହିଁ ଆଉ ହାସ

ଝାମ ନ ଯାଉ ସେ ଏବେ ରଦବାସ, ଚଖାଇ କର ଉଲ୍ଲାସୀ ରେ (1)

କଳନା କର ତ କି ଅପରାଧରେ, ଲଳନାମଣି ବଳନା ଏ ବିଧିରେ

ଜଳଜାକ୍ଷ ଚାଲ ଚାଲ ତୁ ସଧୀରେ, ଦରହାସ ପରକାଶି ରେ (2)

କାହିଁ ଛପିଅଛି ମୂରଲୀ ବାଜଣା, ନାହିଁଟି ଆଜ ତ ଶ୍ରୀଅଙ୍ଗ ମାଜଣା

ଚାହାଁ ସହିଅଛି ସହି ! ତୋ କରୁଣା, ବୀଣାଜିଣା ମୃଦୁଭାଷୀ ରେ (3)

ଭଣେ କବିରବି ଶୁଣ ଏ କପଟ, କ୍ଷଣେ ବରାକ୍ଷୀ କର କୃପା ପ୍ରକଟ

ଜଣେ ତ ଅଟେ ସେ ନାଟୁଆମୁକୁଟ, ତା’ ଚରଣତଳେ ଦାସୀରେ (4)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics