STORYMIRROR

PURNA CHANDRA PANDA Purna

Classics Others

4  

PURNA CHANDRA PANDA Purna

Classics Others

ରାମ ନାମର ମର୍ଯ୍ୟାଦା

ରାମ ନାମର ମର୍ଯ୍ୟାଦା

1 min
229


ଭାରତୀୟଙ୍କର ମଧ୍ୟରେ ଆଦର୍ଶ

ରାମ ନବମୀ ଉତ୍ସବ,

ପ୍ରଦାନ କରଇ ଅନ୍ତଃ କରଣରେ

ଉଜ୍ଜୀବିତ ଭାତୃ ଭାବ ll

ତପସ୍ୟା ଓ ନ୍ୟାୟ, ସତ୍ୟ, ଦୟା, କ୍ଷମା

ପ୍ରଭୁଭକ୍ତି ବଳେ ନର,

ଶ୍ରୀରାମ ସଦୃଶ୍ୟ ପରିପୂର୍ଣ୍ଣ ଶକ୍ତି

ହୋଇ ପାରିବ ସତ୍ତ୍ୱର ll

ଆଦର୍ଶ ଯେ ଆଉ ମର୍ଯ୍ୟାଦା ପ୍ରତୀକ

ପ୍ରଭୁ ଭଗବାନ ରାମ,

ସଂଘର୍ଷ, ନୈରାଶ୍ୟ, ଦୁଃଖ ପାଦ୍ରୁଭାବ

କେବେ ବି କରିଛି ଭ୍ରମ ll

ଶାସ୍ତ୍ର ମତ ରଖେ ଯେ ପ୍ରତ୍ୟେକ ଜାତି

ଧର୍ମ, ସଂସ୍କୃତି ଭିତ୍ତିରେ,

ମୂଲ୍ୟାୟନ ହୁଏ ସଭ୍ୟତାର ଗତି

ଯାହା ତ୍ରେତୟା ଯୁଗରେ ll

ଆଜକୁ ଚଉଦ ହଜାର ବର୍ଷର

ପୂର୍ବରେ କୋଶଳ* ରାଜ୍ୟ,

ଦlୟାଦ ରୂପରେ ସରଯୁ କୂଳରେ

ପରିପୂର୍ଣ୍ଣ ଜନ୍ମ ଧାର୍ଯ୍ୟ ll

ରାମ ପ୍ରଭୁ ଥିଲେ ଆଦର୍ଶ ଚରିତ୍ର

ଶୌର୍ଯ୍ୟ, ବୀର୍ଯ୍ୟବାନ ଶକ୍ତି,

ସୁଶୀଳ ଓ ଆଉ ପ୍ରଜାନୁ ରଞ୍ଜନ

ପୁତ୍ର ସ୍ନେହ ପିତୃ ଭକ୍ତି ll

ଅମର ପ୍ଲାବନୀ ମନ୍ଦାକିନୀ ବହେ

ରାମ ଆଦର୍ଶରେ ଭିଜି,

ମର୍ଯ୍ୟାଦା ଓ ମୂର୍ତ୍ତି ମନ୍ତ ର ପ୍ରତୀକ

ସେ'ସଭ୍ୟତା ଥିଲା ବୁଝି ll

ସତ୍ୟ ନିଷ୍ଠ ଏକ ଉତ୍କୃଷ୍ଟ ଗୁଣଟେ

ଭଗବାନଙ୍କର ଥିଲା,

ପରଦ୍ରବ୍ୟ ଅନାସକ୍ତି ପରି ଏକ

ସୁମହତ ଗୁଣ ଭଲା ll

ରମଣୀ ମାନଙ୍କୁ ଉପଯୁକ୍ତ ନ୍ୟାୟ

ବିଶେଷ ଚରିତ୍ର ଥିଲା,

ସେଇ ଶକ୍ତିବଳେ ରାମ ରାଜ୍ୟ ନାମ

ବିଜୟ ବାନା ଉଡିଲା ll

ସତ୍ୟରକ୍ଷା ପାଇଁ ଉଦାହରଣ ସେ

ବନବାସ ବାଛି ନେଲେ,

ଯୁଗ ଯୁଗ ପାଇଁ ଅନ୍ୟ ଚରିତ୍ରକୁ

ସଂଶୋଧନ ରାସ୍ତା ଦେଲେ ll

ଭାତୃ ପ୍ରେମ ପରାକାଷ୍ଠା ପ୍ରବର୍ତ୍ତନ

ଭାରତେ ଭରତ ନେଇ,

ଭୃତ୍ୟ ପ୍ରୀତି କେତେ ଅମୃତ ପବିତ୍ର

ଅଞ୍ଜନା ପୁତ୍ର ଜାଣଇ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics