STORYMIRROR

Prabhanjana tripathy

Abstract Classics

4  

Prabhanjana tripathy

Abstract Classics

ତୁମେ

ତୁମେ

1 min
358


ତୁମେ ତପ୍ତ ତରଳ ପାଣି ଘେର ଦେଇ

ମନ ମୁଖୀ ଗଲ ବୁଡି,

ବିଶାଳ ଅକାତ ଭଉଁରି ଚକ୍ରରେ

ବୁଡିଲ ମୋ ହୃଦ ଧରି ।

ତୁମ ପ୍ରେମ ପାଇ ଅଧିର ଥିଲି ମୁଁ

ସତେକି ଚକର ଚାନ୍ଦ,

ତୁମେ ଧୋକା ଦେଇ ବିଷ ପିଆଇଲ

କପାଳ ମୋ ଥିଲା ମନ୍ଦ ।

ତୁମେ ଅଜଣାରେ ଆଖିର ଠାରରେ

ଓଠର ଲାଳିମା ପଣେ,

ମତେ ଟାଣିନେଲ ମାୟା ମରୁଦ୍ୟାନେ

ମୃତ୍ୟୁର ଅନ୍ଧାର କୋଣେ ।।

ତୁମେ ଦେଇଥିଲା ଫୁଲର ସୁଗନ୍ଧ

ଏବେ ବି ପାରୁନି ଭୁଲି,

ଯାହା ପାଇଅଛି ଅକଳ୍ପ ଯନ୍ତ୍ରଣା

କାହାକୁ ନ ପାରେ ଖୋଲି ।।

ଯୌବନ ପସରା ମେଲି ପାଗଳାଇ

ଅପୂର୍ବ ଉନ୍ମାଦ ଦେଇ,

ତତଲା ଦେହରେ ଅଙ୍ଗ ପରସରେ

ଅପୂର୍ବ ଉମଙ୍ଗ ପାଇ ।।

ଭୁଲି ଭବିଷ୍ୟତ ଅନ୍ଧାର ବାଟେ

ବିନା ସାହାରାରେ ପାଦ,

କାହାକୁ କହିବି ଅଜାଗା ଘାଆ କୁ

କି ଅଛି ଯେ ପ୍ରତିବାଦ ।।


Rate this content
Log in

Similar oriya poem from Abstract