STORYMIRROR

Prabhanjana tripathy

Drama

3  

Prabhanjana tripathy

Drama

ଜନ୍ମ ପରେ ପରେ ମୃତ୍ୟୁ

ଜନ୍ମ ପରେ ପରେ ମୃତ୍ୟୁ

1 min
111

କିଛି ଆପଣା କିଛି ପର ହୃଦୟର ଶବ୍ଦ

କିଛ ଆନ୍ତରିକତା ଓ କିଛି ଉପରୁ ଉପରୁ

ସବୁ ଶବ୍ଦ ଜ୍ଞାନ ଶୂନ୍ୟ

ସବୁ ଅହଙ୍କାର ପାଉଁଶ

ଆଉ ବଳକା ଧୂଆଁ ହୋଇ 

ଦୁଇବେଳର ଅକୁହା ଯନ୍ତ୍ରଣା

ସବୁକୁ ସାଉଁଟି ସାଉଁଟି

କିଛି ଅସ୍ଥି ଆଉ କିଛି ପାଉଁଶକୁ

ନିଛାଟିଆ ବୁଦାର ଆଢୁଆଳରେ

ସବୁ ନିଶବ୍ଦ କବିତାର ଅନ୍ତଶ୍ୱର

କି ଶେଷ କି ଆରମ୍ଭ

କାହାକୁ କିଛି କହିବାର ନାହିଁ

ସବୁ ନିରାକାର ନିଷ୍ପ୍ରଭ

ସବୁ ଅଦୃଶ୍ୟ ଅସ୍ପୃଶ୍ୟ ।


Rate this content
Log in

Similar oriya poem from Drama