STORYMIRROR

CHINMAYEE PRADHAN

Abstract Classics Inspirational

4  

CHINMAYEE PRADHAN

Abstract Classics Inspirational

ଉପହାର

ଉପହାର

1 min
411


ତୁମରି ଦାନ ତ ଏ ଦିବ୍ୟ ଜୀବନ

    ଶ୍ରେଷ୍ଠ ଉପହାର ସତେ,

ନଶ୍ବର ଶରୀରେ ଧ୍ରୁବ ଆତ୍ମା ଯୋଡି

    ଦେଇଛ ଜୀବନ ମତେ।


ନୟନ ଯୁଗଳ ଦେଇଛ ବିଭୁହେ

    ଦେଖୁଥିବି ତୁମ ରୂପ,

ତୁମରି ପୟରେ ଅରପି ନିଜକୁ

    ଜାଳୁଥିବି ନିତି ଦୀପ।


କର୍ଣ୍ଣ ଦୁଇଗୋଟି ଦେଇଛ ନାଥ ହେ

    ଶୁଣୁଥିବି ତୁମ ନାମ,

ନାରାୟଣ ତୁମେ ଜଗନ୍ନାଥ ତୁମେ

   ତୁମେ କୃଷ୍ଣ ତୁମେ ରାମ।


ଅଧର ଗୋଟିଏ ଦେଇଛ ସାଇଁହେ

   କରୁଥିବି ଗୁଣ ଗାନ,

ତୁମ ଗୁଣ ଗାଇ ହେ ଜଗତ ସାଇଁ

   ବିତିଯାଉ ମୋର ଦିନ।


ହସ୍ତ ଦୁଇଗୋଟି ଦେଇଛ ସ୍ଵାମୀହେ

    କରୁଥିବି ତୁମ ସେବା,

ତୁମ ସେବା କରି ଭବୁ ଯିବି ତରି

    ପାନ କରି ଭକ୍ତି ସୁଧା।


ମାଗିବା ଆଗରୁ ସବୁ ତ ଦେଇଛ

    ମାଗିନାହିଁ କେବେ କିଛି,

ଅନ୍ତର୍ଯ୍ୟାମୀ ତୁମେ ମନକଥା ଜାଣି

    ଦିଅ ଉପହାର ବାଛି।


ବ୍ରହ୍ମାଣ୍ଡ କରତା ହେ ବିଶ୍ଵନିଅନ୍ତା

    ତୁମେ କର୍ତ୍ତା ଜଗତର,

ତୁମ ପାଇଁ ପ୍ରଭୁ ଏ ଛାର ମଣିଷ

    ଦେବ କେଉଁ ଉପହାର।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract