STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଛୋଟ ପିଲାର ସ୍ବର

ଛୋଟ ପିଲାର ସ୍ବର

1 min
319


ମନୋମୁଗ୍ଧକର ଭାଷଣ ଆଉ କାଗଜରେ

ଯୋଜନାର ଗୋଲାପି ଚିତ୍ର ଆଙ୍କୁଥିବା

ବହୁରୂପୀଙ୍କ ଉତ୍ପାତରେ ତ୍ରସ୍ତ ଜୀବନ

ମୁଖରୁ କାହାରି ନସ୍ଫୁରେ ଏକଇ ବଚନ

ତଥାପି ମୋ ପାଇଁ ମୋ ଭାରତ ମହାନ ।


ଯେବେ ମୁଁ ତୋଳିଲି ସ୍ବର ଆପଣାର

ଅନ୍ଯାୟ ଅନୀତି ଦୁର୍ନୀତି ପ୍ରୀୟାପ୍ରୀତିର

କାର୍ପଟଦାରଙ୍କ ବିରୋଧରେ ଖୁଲମଖୁଲା

ସଭିଏଁ ଭାଷିଲେ ପ୍ରବଚନ ଅଯଥାରେ

ଚୁପ୍ ରୁହ ହେ ତୁମେ ଏବେ ଛୋଟ ପିଲା ।


କେହି ବି ଜଣେ ଆସିଲେନି ଆଗେଇ

ମୋ ସମର୍ଥନରେ ସ୍ବାର୍ଥରେ ଅବା ସର୍ତ୍ତରେ

ନା ମୁହଁ ଖୋଲିଲେ ସର୍ବ ସମ୍ମୁଖରେ

ଏଇ ଛକାପଞ୍ଝାର ଜଟିଳ ବ୍ୟାପାରରେ

ମୋ ଦେଶଟା ଯାହା ରହିଗଲା ପଛରେ ।


ପଛରେ ରହିଯିବାର ଆନନ୍ଦଟା ନିହାତି ନିଆରା

ସତ୍ୟକୁ ସାମନା ନକରି ପ୍ରହେଳିକାରେ ଜୀଇଁ

ମୋର କାମ ନୁହେଁର ନ୍ଯାୟରେ ସବୁ କିଛି

ମୁଣ୍ଡପାତି ସହିଯିବାକୁ ଯେବେ ସଭିଏଁ ବ୍ଯାକୁଳ

ମୁଁ ବି କିଆଁ କରିବି ପ୍ରଚେଷ୍ଟା ନିଷ୍ଫଳ ।


ସବୁ କିଛି ଚଳେଇ ନେଲେ ଚଳିଯିବ

ଦେଶଟାଯାକର ଭାବନା ଯଦି ହୋଇବ

ସ୍ବାଧୀନତାର ଦଶନ୍ଧି ଦଶନ୍ଧି ପରେ ବି

ସେମିତି ପଛୁଆକୁ ପଛୁଆ ହୋଇ ରହିଥିବ

ଆଖି ଦେଖୁଥିବ ଆଉ ମୁହଁ ଥିବ ନୀରବ ।


Rate this content
Log in

Similar oriya poem from Abstract