STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-57

ଚଉପଦୀ ଧର୍ମୀୟ-57

1 min
354

ଚଉପଦୀ

ଭାଗ (57)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କି ଘେନି ମନେ ରୁଷୁଥାଉ ମତେ ଦିନେ ଦିନେ (ପଦ)

ମୋ ସମ୍ପତ୍ତି ପରା ତୁହି        ରୋଷ କାହିଁକିରେ ସହୀ

ଦୋଷ ତ ମୁଁ କରି ନାହିଁ ଧ୍ୟାନେ (1)

କା ଲାଗି ନିଜ ବେଦନା               ମୋ ଲାଘବ ଧନ ବିନା

ଥିଲା ପରି ଅନାଉଣି ଆନେ (2)

ଆରେ ମୋ ଜୀବର ଧନ             ବାରେ ତୋଷ ମୋର ମନ

କାଲି ପରି ଆଲିଙ୍ଗନ ଦାନେ (3)

ରେ ପ୍ରଣୟବତୀ ଝରା                ତୁ ପ୍ରମୋଦେ ଫୁଲୁ ପରା

ମୋ ପ୍ରଶଂସା ପଡିଗଲେ କାନେ (4)

ଦଣ୍ଡ ହେଲାଟି କଳପ         ମଣ୍ଡ ମୋ ଅଙ୍ଗ ତଳପ

ଖଣ୍ଡ ତୁଲ୍ୟାଧରୁ ଦେଇ ପାନେ (5)

ଅଷ୍ଟଦୁର୍ଗ ନାଥ ଭାଷେ        କପଟେ ଶ୍ରୀମତୀ ରସେ

କୃପାକଲେ ବିହର ତୁ ଯାନେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics