STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-28)

ଚଉପଦୀ(ଧର୍ମୀୟ-28)

1 min
271


ଆହେ ବଂଶୀଧର ! ତନୁ - ଅଙ୍ଗାର ହେଲାଣି ଅଙ୍ଗୀକାର ହେ

ଏତିକି ଆୟତ ପଦ୍ମିନୀର - ବାହାର ହୁଅଇ ଭେଦି ନୀର l

ହୁଅଇ କି ହାସ, ବଦନେ ବିକାଶ, ନ ଲାଗଇ ପ୍ରଭାକର - କର

ଲୋଡାକରେ ଭୃଙ୍ଗ ମଧୁପାନ - ନଥାଏ କି ପୁଷ୍ପ ସମାଧାନ

ସ୍ୱଇଛାରେ ନେଇ ତା ପାଶ ରଖାଇ, ବୋଲଇ କି ମଧୁ ପାନକର

ହେବାଠାରେ ପୂର୍ଣ୍ଣଚନ୍ଦ୍ରୋଦୟ – ନୁହଇ କି କୁମୁଦିନୀ ପ୍ରିୟ

ଚନ୍ଦ୍ର ସିନା ନିଶା, ଅନ୍ତର ନିରାଶା କରଇ ଦଇବ ରସଭର

ଛାଡି କୂପ, ନଦୀ ସରୋବର - ରହିବା ଆୟତ ଚାତକର

କିପରି ସେ ପାନ, କରିବଟି ବନ, ନ ବରଷୁ ଜଳଧର ନୀର

ଜଣାଉଛି ଜଗଦ୍ଦେବ ଗିର - ଥାଏ ହୋଇ ମୂକ ପିକବର

କରେ ଆଗମନ, ଋତୁଙ୍କ ରାଜନ, ନକରେ କି ଗାନ ମନୋହର




Rate this content
Log in

Similar oriya poem from Classics