Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-15)

ଚଉପଦୀ(ଧର୍ମୀୟ-15)

1 min
293


ଚଉପଦୀ

ଭାଗ (15)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ରାଗ - ପୂରବୀ

ଆଉ ଟିକାକୁ ଗୋ, କାହିଁକି ଦୁଃଖ - ରୁଷଣା?

“ଶ୍ୟାମ ମୋ’ର ଜୀବ ବନ୍ଧୁ” ବୋଲି, ଯିବ ଏହି ଶ୍ରୀମୁଖରୁ ଜଣା (0)

ସରଦାର ‘ମଧୁ’ ଫରମାଶିଲାନି ନିକୁଞ୍ଜ - ମନ୍ଦିର ମଣ୍ଡା,

ଅନଙ୍ଗ- ରଙ୍ଗ ରଙ୍ଗସ୍ଥଳେ ଉଡିବ ଶୃଙ୍ଗାର ମଙ୍ଗଳ ଧଣ୍ଡା (1)

ସମ ରସମୟ ସମର ସମୟ ସବୁରୂପେ ହୋଇବାକୁ,

ନିଜ ଜୟ - ହେତୁ ଧ୍ୱଜକରିବୁ ତୁ କୋମଳ ରୋମ-ଲତାକୁ (2)

ନବୀନ ଘନ ଶ୍ୟାମଳ କୃଷ୍ଣ ପକ୍ଷେ ଚନ୍ଦ୍ରାଭିଖ୍ୟା ନ ଦିଶିବ,

‘ସ୍ମର’ ସହଚର ସାବୟବ ଲଙ୍ଘି ବନ ମଲ୍ଲିକା ବାସିବ (3)

ତଦନନ୍ତର ତୁ ମୋ’ ଠାରେ କରୁଣା ରସ ସିଞ୍ଚ ବା ନ ସିଞ୍ଚ,

ମିଳିବ ତୋ’ ପଦ - କଞ୍ଜକୁ ଶିଖଣ୍ଡମୟ ଚୂଳାଞ୍ଚଳ ଲାଞ୍ଚ (4)

ମିଳିବା କ୍ଷଣି ତୋ’ ପୀୟୂଷ-ଅଧର-ମୁଖ-ସୁବାସ-ରାଜୀବ,

ମୋହିତ ମୋହନ ମୁରଲୀ ଖୁ ରଲି ମନରୁ ପାସୋରି ଯିବ (5)

ତା’ ଉର-ବିହାର-ଗଉରବ ବିନା ହୋଇ ମନ କଲେ ତୁ ରେ

ବଣିକ-ହରାରି ମିଳାଇବ ‘ହରି’-‘ମଣି’ ‘କନକ ଲତା’ ରେ (6)

ହସି ସଖୀଗିରେ ରାଧା ଧୀରେ ଭାଷିଲେ ସ୍ନେହେ ତୁହି “ଯା ମ, ଯା”,

ରଚିଲେ ନିସର୍ଗ ଧୀର ଅଷ୍ଟଦୁର୍ଗ ବସୁଧା ବଳୟ - ରାଜା (7)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics