STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-13)

ଚଉପଦୀ(ଧର୍ମୀୟ-13)

1 min
100



ରାଗ - କାଫି - ଝୁଲା

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଆଉ ଗମାର ମାରକୁ କେ ମାନେ ରେ (ପଦ)

ସହୁ ସେ ନସହୁ କହୁଅଛି ଅଭିମାନେ

               ମୋର ହେଲେ ଡରନାହିଁ ଧ୍ୟାନେ ରେ (1)

ଚୋରା କର୍ପୂର ! ହାସି ତୁ ପରା ଅବଧାନେ

               ରଖିଲୁନି ଯେବେ ସନ୍ନିଧାନେ (2)

କହିଲେ ହେଁ ମୋ ଭାଗ୍ୟ ନସହି ଖଳଜନେ

               ଧନ ଯେବେ ତୁ ନଶୁଣିଲୁ କାନେ (3)

ପହୁଡ ଛୁ ଯାହା ଦେଇ ବଳି ଅବସାନେ

               ମସ୍ତକ ମୋ ହସ୍ତ ଉପଧାନେ (4)

ରସନିଧି ! ଯାହା ମୋ ଚରସ ଅନୁମାନେ,

               ତୋଷୁ ବିମ୍ବ ଓଷ୍ଠ ଚୁମ୍ବଦାନେ (5)

କିଶୋର କିଶୋରୀ ଚାରି ପଦ କଞ୍ଜଧ୍ୟାନେ  

               କହେ ଜଗଦ୍ଦେବ ସାବଧାନେ (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics