ଚଉପଦୀ - ଚାହୁଁ ଚାହୁଁ ବୁଡ଼ିଲା
ଚଉପଦୀ - ଚାହୁଁ ଚାହୁଁ ବୁଡ଼ିଲା
ଚାହୁଁ ଚାହୁଁ ବୁଡ଼ିଲା ମୋ ଭେଳା
କବି - ସାଲବେଗ
ହେ ଚକାଡୋଳା
ଚାହୁଁ ଚାହୁଁ ବୁଡ଼ିଲା ମୋ ଭେଳା ।
ଏକ ଚକେ ରଥ ଚାଲୁଥିଲା
ବେନି ଚକ ହେଲୁ ନ ଚଳିଲା ।
ତିଳ ଚୋପା ପ୍ରାୟେ କବାଟ ଲାଗିଛି
ତହିଁ ମତ୍ତଗଜ ଖେଳୁଥିଲା । ୧ ।
ବନ୍ଧ ନାହିଁ ପାଣି ରହିଥିଲା
ବନ୍ଧ ହେଲା ପାଣି ବହିଗଲା ।
ସେ ବନ୍ଧ କାଟନ୍ତେ ତଳକୁ ନ ଯାଇ
ଉପରକୁ ପାଣି ବହିଗଲା । ୨ ।
ବାଇଶି ପାବଚ୍ଛ ଗଳିମୁଖେ
କୈବଲ୍ୟ ରହିଛି ବେନି ପାଖେ ।
ବ୍ରାହ୍ମଣଠାରୁ ଚଣ୍ଡାଳ ପରିଯନ୍ତେ
କୈବଲ୍ୟ ଦିଅନ୍ତି ମୁଖେ ମୁଖେ । ୩ ।
କହେ ସାଲବେଗ ରସଲୀଳା
କେ କହିପାରିବ କୃଷ୍ଣଲୀଳା ।
ସହନ୍ତା ଦୀପରେ ଅନଳ ଜଳୁଛି
ତଇଳ ପକାନ୍ତେ ଲିଭିଗଲା । ୪ ।
