STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ବାଇମନ ମନକୁ ବୁଝା

ଚଉପଦୀ - ବାଇମନ ମନକୁ ବୁଝା

1 min
14.5K


କବି - ହାଡି ଦାସ


ବାଇମନ ମନକୁ ବୁଝା ।

ମନ ବୁଝାଇଲେ ପାଇବୁ ମଜା । ପଦ ।

ଜୀବ ପରମ ୟେ ବଳଦ ହଳ ।

ପବନ ଜୁଆଳି ନାସା ଲଙ୍ଗଳ ।

ଜିହ୍ୱା ଫାଳ ଲୁହା ଶ୍ରୁତି ଦଉଡ଼ା ।

ନେତ୍ର ଯୋତେ ଯୋତି ସଧୀରେ ଅଡା ।

ପାଞ୍ଚମନ ପାଞ୍ଚଣରେ ।

ତ୍ରିକୂଟ କିଆରି ଯତନେ ଚଷିବୁ

ରାମ ନାମ ଟାକରାରେ । ୧ ।

ସତ୍ତ୍ୱ ରଜ ତମ ଏକତ୍ର କରି ।

ପଚିଶ ପ୍ରକୃତି ତୃଣକୁ ମାରି ।

ଷଡ ଅଇରିକି ବାଳୁଙ୍ଗା କାଟିବୁ ।

ଏକାଦଶ ଇନ୍ଦ୍ରି ହିଡ ବେଢ଼ାଇବୁ ।

କମାଅ ଭୂମି ଅଲେଖ ।

ଗୁରୁକୃପା ମଞ୍ଜି ବିହନ ବୁଣିଣ

ସେ ଜମିକି ନିତି ଦେଖ । ୨ ।

ବାରିବହ ସତ ସଙ୍ଗ ସୁଗୋଷ୍ଠୀ ।

ହରିନାମେ ଜଳ ଉନ୍ମାଦ ବୃଷ୍ଟି ।

କରି ଯେବେ ଭକ୍ତିମାରୁ ଉଠିବୁ ।

ପ୍ରେମ ପୟ ଧରି ବେଉଷି ଦେବୁ ।

ନବରନ୍ଧ୍ର ଘଳିଆକୁ ।

ସାଧନା କୋଡ଼ିରେ ସାଧି ସିଦ୍ଧି କରି

ବନ୍ଧା କାମ ମୁହାଣକୁ । ୩ ।

ଶ୍ରଦ୍ଧାରେ ଉନ୍ମାଦ ବିରକ୍ତ କେଳି ।

ଅମିୟ କି ମୟ ଏ ମହାକେଳି ।

ଅଷ୍ଟ ସାତ୍ତ୍ୱିକରେ କୃଷି ଉପୁଜିବ ।

ଜ୍ଞାନ ଖଡ୍ଗେ କାଟି ମଳି ଥୋଇବ ।

ପଞ୍ଚଭୂତ ଓଳିଆରେ ।

ଅନହତ ରଡ଼ି ବିହନ ବାନ୍ଧିଣ

(ରଖ) ସପ୍ତଧାରଣା ଭାଡ଼ିରେ । ୪ ।

କହଈ ହାଡ଼ିଆ ଗଜ ମୁରୁଖ ।

ଗୁରୁ ସେବି ଏ ଚାଷକର ଠିକ ।

ଗଲା ଅଇଲା ପଞ୍ଚକୁ ସଂଭାଳ ।

(ଯେବେ ଦେଖିବୁ) କୋଟିଏ ସୂର୍ଯ୍ୟର ଜ୍ୟୋତି ଉଜ୍ଜ୍ୱଳ ।

ତୋତେ ହୋଇବେ ପ୍ରସନ୍ନ ।

ବାଂଛା ସୁଖନିଧି ପଛେ ଗୋଡ଼ାଇବ

ବିଷୟେ ନ ଥିବ ମନ । ୫ ।


Rate this content
Log in

Similar oriya poem from Classics