STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (95)

ଚଉପଦୀ (95)

1 min
166



ରାଗ ତୋଡି ପରଜ ତାଳ ଏକତାଳି

ପରାଣ ଛାର କି ଲୋଡା ରେ ସଙ୍ଗାତ,

ପରାଣ ଛାରକି ଲୋଡା (ଘୋଷା)

ପ୍ରିୟଜନ ପ୍ରୀତି ପୀୟୁଷ ପ୍ରବାହ ହୁଅଇ ଯେବେ ଖଦଡା ରେ(0)

ପାସୋରେ ହୃଦୟ ଭିତରୁ ସଦୟପଣ ପରମ ମୁହାଁସ,

ପେଟଯାକ ପୁରି ଥିବ ଯେବେ କୁଟ ମୁଖେ ଥିବ ମନ୍ଦହାସରେ (1)

ଛଳପୁର୍ଣ୍ଣ କରି ମୃଦୁବାଣୀ ଝରୀ ବିରହୀ ହୃଦେ ଢାଳିବା,

ନିଦାଘେ ତାପିତ ବନଲତା ହିତ ହାତଟେକା ଜଳଦାବା ରେ(2)

ପ୍ରଣୟ ପରଖ କରି ଲକ୍ଷ ଲକ୍ଷ ସବୁ ବୁଝି ଅନୁଭବେ,

ପ୍ରୀତି ଠାରୁ ବଡ କେହି ନାହିଁ ବୋଲି ବିବେଚନା ନାହିଁ ଯେବେ ରେ (3)

କବି ଦିନକର ରାୟଗୁରୁ ବୋଲେ ଏବେ ସବୁ ଜଣାଗଲା,

ପକାଇ ପବିତ୍ର ସ୍ଥଳେ ସ୍ଥୁଳଗାତ୍ର ପରମ ପଦକୁ ଚଲା ରେ (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics