STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (92)

ଚଉପଦୀ (92)

1 min
335


ରାଗ ତୋଡି ତାଳ ଝମ୍ପା

ପର ପୀରତିରୁ ଲାଭ ଏତିକି ଗୋ

ଛାଡି ପାରିବାର ହେତିକି ଗୋ

ବନବନ ବୁଲି ସ୍ନେହ ମୋହେ,ଥନ ଥନକରି ନେତ୍ରକୁ ହେ

ଛନଛନ ହୋଇ ପାଇବାର ଭୀତିକି ଗୋ (ଘୋଷା)

ଅଳପ ଲୋକରୁ ଲଭି ବଡ ଭୟ,

ତଳପକୁ ନଅଣ୍ଟେ ପଲ୍ଲବ ଚୟ

ଜଳପି ବାତୁଳ ପରି,କଳପିବାର ପାସୋରି

ଜଳ ପିଆଇ ନୟନୁ କ୍ଷିତିକି ଗୋ (1)

କାହାର ଗିରରେ ନୁହଇ ବିଶ୍ୱାସ,

ଆହାର ବିହାର ହାର ହୁଏ ବିଷ

ଆହା ରାବ ତୁଲେ ଶ୍ୱାସ,ବାହର ହୁଏ ବିଶେଷ

ପ୍ରହାରେ ପଞ୍ଚମ ଧ୍ୱନି ଶ୍ରୁତିକି ଗୋ (2)

ନିଶି ନିଦ ବୋଲି ନଜାଣଇ ଆଖି,

ବିସିନୀ ଦଳ ତଳପ ତହିଁ ସାକ୍ଷୀ

ମିଶି ନିରବଧି ଗିରେ ଇସି ନିରତ ଉଚ୍ଚାରେ

ଶଶୀ ନିନ୍ଦାରେ ପୁହାଇ ରାତିକି ଗୋ (3)

ମନ୍ତର କି ନଜାଣଇ ସେହି ଜନ,

ଅନ୍ତର ବାହାରେ ଦିଶେ ତା ବଦନ

ଦନ୍ତବାସ ରୁଦ୍ଧ ମନ୍ତ୍ର, ଉଚ୍ଚାରି ଅଙ୍ଗେ ସନ୍ତତ

ରୋମାଞ୍ଚିତ ହର୍ଷ ବେଳ ଗତିକି ଗୋ (4)

ସଳଖ ମାର୍ଗ ତ୍ୟାଗରୁ ପଡେ ହୁରି,

ବଳ ଖଣ୍ଡନ ହୁଅଇ ଝୁରି ଝୁରି

ପଳ ଛ ଚିନା ଗଞ୍ଜଣା, ଫଳରେ ଲଭି ଏ ଜଣା

ଅଷ୍ଟଦୁର୍ଗ ବସୁମତୀ ପତୀକି ଗୋ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics