ଚଉପଦୀ (79)
ଚଉପଦୀ (79)
ଚଉପଦୀ
(79)
ରାଗ ବରାଡୀ ଏକତାଳି
ଧନରେ, ଅବଶ୍ୟଟି ମୁଁ ବନରେ କରିବି ସ୍ଥାନ
ମନରେ କି ଘେନି ପରିଜନରେ କରିଛୁ ମାନ (ଘୋଷା)
ମୁହଁ ନ ଅନାଇ ମୋର ନୁହଁ ଲତାଙ୍ଗୀ ବିଶେଷରେ
ଲୁହ ନବୁହାଇ ସରୋରୁହ ନୟନରୁ ହସ ରେ (1)
ବଦନପୋତି ଯା ଚାଲୁ ନଖପଦ ନଖକୁ ଧରାରେ
ରଦନେ ଚେଳ କାମୁଡି ମଦନେ ମୋ ଉରେ ମରା ରେ (2)
ନ ଧର ରୋଷ ମୋ ଅଙ୍କକୁ ଧରତୁ କେଳି ଶମ୍ପା ରେ
ବଧର ବିଚାରେ ମୋର ନ ଧରବିମ୍ବ ନ କମ୍ପାରେ (3)
ହରଷ ବିହୀନ କ୍ଷଣ ବରଷ ହୁଏଟି ଜାଣ ରେ
ନରସ କ୍ରୋଧେ ପୁରାଅ ତରସ ମୋର ତୁ ପ୍ରାଣ ରେ(4)
ଛବି ରମଣୀମଣ୍ଡନା ଅବିରତ ରତମନା ରେ
ଅବିରସ ନେତ୍ରେ ଅନା ଜଗଦ୍ଦେବଙ୍କୁ ନବୀନା ରେ(5)
କବିସୂର୍ଯ୍ୟ ବଳଦେବ ରଥ
