STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (78)

ଚଉପଦୀ (78)

1 min
204

ଚଉପଦୀ

(78)


ଧନ ମନ ମୋ ରସେ ରସିଲା ରେ (0)

ପଞ୍ଚମ ଭାବ ବରଜି ଚଟୁଳ ଚାଟୁ ସରଜି

ଫୁଲଚାପକୁ ତରଜି ମୋ କୋଳେ ବସିଲା ରେ (1)

ଭିଡିଗାଢେ ପୟୋଧର ମଲିଟି ଇଷି ଏ ଗିର

ଭାଷି ରଙ୍ଗେ କି ସୁନ୍ଦର ବଶନା ହସିଲା ରେ (2)

ଟେକି ଉରୁମୂଳ ଚେଳ ରଚିଲି କରଜ ଖେଳ,

କମ୍ପି ପୁଲକି ମଞ୍ଜୁଳ ଅତନୁ ଦିଶିଲା ରେ (3)

ଶିଥିଳାଇ ନୀତିବନ୍ଧ କଲି ସୂରତି ପ୍ରବନ୍ଧ,

ଘନେ ବିଜୁଳିକି ବଳି ମୋ ଅଙ୍ଗେ ମିଶିଲା ରେ(4)

ଜଳନ୍ତର ନାଥ ଭଣି ପ୍ରେମ ହେମକୁ ତରୁଣୀ

ମାନସ କଷ ପାଷାଣେ ଆଜ କି କଷିଲା ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics