STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (71)

ଚଉପଦୀ (71)

1 min
382

ଚଉପଦୀ

(71)

ରାଗ କାମୋଦୀ ଏକତାଳି

ଦମ୍ଭେ ବା ସତେ ସହି କହିଲୁ ରେ,

ଦମ୍ଭୋଳିଗଢା ଛାତି ବହିଲୁ ରେ,

ମାନସ ରସ ମହୁପାନ ସମଗ୍ର ନୋହୁ

ବିଛେଦ କେହି ସବୁ ସହିଲୁ ରେ (ପଦ)

ଜାତିଘାତୀ ସେ ପ୍ରେମ କ୍ରମ ବଡବିଷମ

ନୋହିଲେ ନୋହିଥିବ ପହିଲୁ ରେ,

ହୋଇ ନୋହିବାପରି ହେଲେ ଧଇର୍ଯ୍ୟ ଧରି

କି ରୂପେ ରହୁ ଦେଖି ରହିଲୁ ରେ (1)

ତୁଟିଲେ ହେଲେ ସ୍ନେହ ଠଉରିବାକୁ ଦେହ

ରକ୍ଷା ତୁ ତୋର ଅବା ବହିଲୁ ରେ,

ଏ ଯେବେ ନୋହେ ସତ ହୋଇ ମୋ ପ୍ରାଣମିତ

ମୋପରି କାହିଁକି ତୁ ନୋହିଲୁ ରେ (2)

ସୁଖ ସିନ୍ଧୁ ସରିକି ଯିବା ମନ ତରୀକି

ପ୍ରତିକୂଳରେ ପୁଣି ବାହିଲୁ ରେ,

ଯୁଗ ନୋହିଲା କ୍ଷଣ ସଂସାର ବିଲକ୍ଷଣ

ରସେ ତୁ ଅବା ଅବଗାହିଲୁ ରେ (3)

ସମଝି ନାହିଁ ତ ମୁଁ କି ଯୋଗେ ତୁ ପ୍ରଥମୁ

କି ଭଙ୍ଗୀ ଅପାଙ୍ଗରେ ଚାହିଁଲୁ ରେ ,

ଗାଡ ପ୍ରୀତି ବିନା ସେ ବଞ୍ଚୁ ଯା ଅନାୟାସେ

ପୂର୍ବେ ବା କେଉଁ ତପେ ଦାହିଲୁ ରେ (4)

ସରସ ପ୍ରାଣ ତୃଣ ବିଶେଷ ଚକ୍ରବାଣ

ପ୍ରୟୋଗ କରି କେହି ଦହିଲୁ ରେ,

ବଳକ୍ଷକୁ ସେ ସୟନେତ୍ରା ହୃଦେ ହୃଦୟ

ଟାଳି ନଜାଣି ତୁ କି ସହିଲୁ ରେ (5)

ମଣିମ ସେ ତୋ ଚାଲି ନୋହେ ତ ଧେନୁ ବୋଲି

ବଳୀବର୍ଦ୍ଦକୁ ନିକି ଦୁହିଁଲୁ ରେ,

ଭଣିଲେ ଅଷ୍ଟଦୁର୍ଗ ଧରାବଳୟ ସ୍ୱର୍ଗ

ଛଳେ କି ବଳେ ମୋତେ ମୋହିଲୁ ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics