ଚଉପଦୀ (67)
ଚଉପଦୀ (67)
(କାଫି ଆଡତାଳି)
ତୁ ମୋ ପରାଣ ପୂର୍ଣ୍ଣ ଚନ୍ଦ୍ରମୁଖୀ ରେ (ଘୋଷା)
କେତେ ତପ କରିଥିଲା ପୂରୁବେ ମୋ ଆଖି ରେ
ହେଲା ଧନ୍ୟ ଏ ଲାବନ୍ୟ ଦେଖି ରେ (1)
କାହାର ରସନା ଯିବ ପୀୟୂଷକୁ ଚାଖି ରେ
ଥରେ ତୋ ଅଧରେ ଥିଲେ ଲାଖି ରେ (2)
କେ ରମ୍ଭାର ସମ୍ଭୋଗକୁ ନଦେବ ଉପେକ୍ଷି ରେ
ତୋ ରସକୁ ପାରିଲେ ପରଖି ରେ (3)
ମୁଁ ରାଣ ପକାନ୍ତେ ମୋ ପରି ରେ ମନେ ରଖି
ହସି ସଖି ବୋଲୁ ନଖି ନଖି ରେ (4)
ମିଛେ ବୋଲୁନାହିଁ ମା ଦେଖିବେ ମୋର ସଖି
ପୃଷ୍ଠେ ହେଉ ବୋଲି ଦେଉ ଲେଖି ରେ (5)
ଅଷ୍ଟଦୁର୍ଗନାଥ କହେ କେତେ ଭଙ୍ଗୀ ଶିଖି ରେ
ସରୁ ମଧ୍ୟା କରୁ ମୋତେ ସୁଖୀ ରେ (6)