ଚଉପଦୀ-53
ଚଉପଦୀ-53
ରାଗପୁରବୀ ଆଠତାଳି
ଚନ୍ଦ୍ରମୁଖି ରେ, ଏକା ଭାଗ୍ୟବନ୍ତ ପଣେ ତାକୁ ଲେଖି ରେ (ପଦ)
କୁସୁମବନେ ବିହରୁଥିବ,
ବିଦ୍ୟାରସେ କାଳ ହରୁଥିବ
ଜ୍ଞାନୀ ପଣ୍ଡିତ ର ପାନ ପିକଦାନୀ
ଧରି ନଉକରୀ କରୁଥିବ (0)
ଆଖଣ୍ଡ ମଣ୍ଡଳେ ଆଳା ଥିବ,
ଉରେ ଦିବ୍ୟ ମୋତିମାଳା ଧିବ
ଅଙ୍କରେ ଶଙ୍କର ଧଇର୍ଯ୍ୟ ଧ୍ୱସିଂନୀ
ପଙ୍କଜ ନୟନା ବାଳା ଥିବ(1)
ଦନ୍ତବାସ ସୁଧା ପିଉଥିବ,
ଇଙ୍ଗିତ ଭଙ୍ଗିକି ଜାଣୁଥିବ,
ରାତିଯାକ ହାତୀକୁମ୍ଭ ଉରଜାକୁ
ଛାତିରେ ଲଗାଇ ଭିଡୁଥିବ (2)
ସଙ୍ଗୀତ ବିଦ୍ୟାକୁଶଳା ଥିବ,
ପ୍ରଭୂ ଅଧିକାର ଚଳୁଥିବ ,
ପଶାଖେଳି ରସାଳସା ତୁଲେ ଗେଲେ
ବିପରୀତ ହୁଡେ ଜିଣୁଥିବ (3)
ଅନର୍ଗଳ ଅଧିକାର ଥିବ,
ଉଚ୍ଚ ଅଟ୍ଟାଳିକା ଘର ଥିବ
ନୁତନ ଛଇଳା ଅବତାର ମାର
ବାଣ ମାରଣ ମନ୍ତର ଥିବ (4)
ଅକଳଙ୍କ କ୍ଷତ୍ରି ଜାତି ଥିବ,
କପିଳାଶ ତୁଲ୍ୟ ହାତୀ ଥିବ,
ମହେନ୍ଦ୍ର ଦମ୍ପତି ତୁଚ୍ଛମଣି ରତି
ଉତ୍ସବରେ ନିତି ମାତି ଥିବ (5)
ଅଙ୍ଗେ କର୍ପୂର ଚନ୍ଦନ ଥିବ,
ସବୁଦିନେ ଯଉବନ ଥିବ,
ଅନଙ୍ଗ ଭଙ୍ଗରେ ବାଳା ସଙ୍ଗେ
ପଡି ଗଡି ଲଢିଯିବା ମନ ଥିବ (6)
ରାମଚନ୍ଦ୍ର ଛୋଟରାୟ ଭାବ,
ଏକା ପ୍ରିୟା ଭୟ ନାହି ଲବ,
ଥିବାରୁ ସରସେ ମୋର
ଉରଦେଶେ ଶାସନ ସମ୍ପଦ ତା ଗୌରବ (7)
କବିସୂର୍ଯ୍ୟ ବଳଦେବ ରଥ
