ଚଉପଦୀ (32)
ଚଉପଦୀ (32)
ଚଉପଦୀ
(32)
ରାଗ- ତୋଡି- ଏକତାଳି
କି କଲି ମଲ୍ଲୀହାସୀକି,
କି ଦୁଃଖେ ଦେଲି ଗୁଣ ନାଶିକି (0)
ଆହା ମୋ ଲୀଳା ବିଳାସୀ
ସମ୍ପୂର୍ଣ୍ଣ ଶରଦଶଶୀ-
ବଦନ, କରେ ନିବେଶି,ଥିବ ବସି l
(ପଡି)
ମୋଛାର ପାଇଁ ଜୀବନ ମୀନଗରବ ରଞ୍ଜନ -
ନୟନୁ ମରୁ ଅଞ୍ଜନ ଧୋଇଲା
ସେ ମୋର ମହିଳା କାହାର ମଣି ସେ ନ ଚାହିଁଲା
ଧିକ ଧିକ ମୋଜୀବନ ବେନି ସପତ ଭୁବନ
ଖୋଜିଲେ ସୁକଋତହୀନ ନ ଥିବ ମୋ ପରି ଆନ (1)
କଲେ ହେଁ ବହୁତ ଦୋଷ, କରିନାହିଁ ଦିନେ ରୋଷ,
ସେ ଦୟାଳୁ ଅବତଂଶ, - ନାଗରୀ ଇଷ
(ପଡି)
ଶ୍ୱେତ ନବୀନ ମୁଖୀକି ଆହା ଆଜନ୍ମୁ ସୁଖଘୀକି
ମନନୟନ ପ୍ରୀତିକି - ଦେଇ ଛାତିକି ମାଇଲୁ କାତିକି (2)
ଏକେ ଅତି ସୁକୁମାରୀ, ସେ ତ ନବୀନା କିଶୋରୀ- ମୋ ମନୋହରୀ
(ପଡି)
ଅହର୍ନିଶ ବସୁଧାରେ, କୋଟିବାର ଲୋଟିବାରେ
ଘୋଟିଲା ମଳିନ ଯୋଷା କେତକୀ (3)
ମୃଣାଳ ବାହୁ ବଲ୍ଲରୀ, କରେ ତତି କେତେ ପରି, ସେ ନାଗରୀ
(ପଡି)
ସେ ତ ଭାବମାନ ଦୂର - କରି କରେ ଏ ମନ୍ତର
ଅଷ୍ଟଦୁର୍ଗ ମହୀପତି ଭାଷିଲା, - ମୋର ସୁଶୀଳା
ଅତେଜ ଅଙ୍ଗନା ମିଶିଲା (4)
କବିସୂର୍ଯ୍ୟ ବଳଦେବ ରଥ
