STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (27)

ଚଉପଦୀ (27)

1 min
119


ରାଗ - କାମୋଦୀ, ଏକତାଳି

କହିବି କେତେ ଥର ଥରକୁ ରେ ତୃଷାବରକୁ ରେ

ସହିବି କେହି ଦଣ୍ଡଧର ସଦୃଶ ଚଣ୍ଡ ଚଣ୍ଡିରମଣ ପର ଶରକୁ ରେ (0)

ମାଦରଚୋଦ ପାପ କର୍ମତ କଲା ଅପବାଦ ନିରତ ଲୀଳା ଗାରକୁ ରେ

ଚାଦରଧରା ଦାସଠାରେ କରି ନିରାଶ ଆଦରକଲା ରୁଷା ଛାରକୁ ରେ (1)

ନିନ୍ଦଇ ଯେଉଁ ମୁଖ ସୁଧା ଉପମୟ ମୟୂଖ ସୁନ୍ଦର ବିଭାବରୀ ବରକୁ ରେ

କୁନ୍ଦନାଙ୍ଗୀ ତା ଶିରୀ ସାରିଦେଲା ପ୍ରସାରି କ୍ରନ୍ଦନୁଆଜ୍ଞାନାଶ୍ରୁ ଝରକୁ ରେ (2)

ସୁହାଇ କ୍ରମେ କ୍ରମେ ଦୟାଳୁ ମଣି ପ୍ରେମେ ବୁହାଇ ଥିଲା ପୟୋଧରକୁ ରେ

ମୁଁହାଇଟାକୁ ପ୍ରାଣ ରଖିଛି ପଞ୍ଚବାଣ ତୁହାଇ କରେ ଯେ ପ୍ରହାରକୁ ରେ (3)

ଜଣାନଥାଏ ତେବେ ହେଲେ ଦୟାଳୁଭାବେ ମଣାଇଧରି କଞ୍ଜକରକୁ ରେ

ବଣା ନୋହିବୁ ପ୍ରୀତି ପଦବୀ ବୋଲି ନିତି ଜଣାଉଥାଏ ଏହି ଗିରକୁ ରେ (4)

ନିକିତି ତୂଳ ପରି ଭଜିଅଛି ନକରି ଟିକିଏ ହେଲେ ପରିହରକୁ ରେ

କି କି କରି ନପାରେ ପ୍ରଭୂ ଯେ ଯାହାଠାରେ ବିକିଥାଇଟି ନିଜ ଶିରକୁ ରେ (5)

କରୁଣା ସୁଧାରାଶି ଅନାଉଥାଉ ଭାସିଯିବାର ପସନ୍ଦ ନିତରକୁ ରେ

ଶ୍ରୀ ଜଗଦ୍ଦେବ ବୋଲେ ରସିକା ଏବେ ହେଲେ ସଦୟ କରୁ ହୃଦନ୍ତରକୁ ରେ (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics