ଚଉପଦୀ (176)
ଚଉପଦୀ (176)
ଚଉପଦୀ
(176)
ସେ ଗଜେନ୍ଦ୍ରଗତି ମୋତେ ପ୍ରତି ଦିଶେ ଦିଶିଲା (ପଦ)
ଏ ଜଗତେ ଭାବ ଯେତେ, ନ ରହିଲା ମୋର ଚିତ୍ତେ,
ଯାହାକୁ ଚାହିଁଲେ ସେ ତ ତାହାପରି ଦିଶିଲା (1)
ସହଜେ କାନ୍ତିରେ ତୋରା, ଧଇଲେ ନଦିଏ ଧରା,
ମାର ମାର ଗଣ ଗାଢେ ମରମରେ କଷିଲା (2)
ମୁଁ ତାହାର ପ୍ରୀତି କିଣା, ହେବାରୁ ଅଧିକେ ବଣା,
-ମୃଗାକ୍ଷୀର ବିନା ଆନେ ମନ ମୋ ରସିଲା ରେ (3)
ଅତି ଯତ୍ନକରି ବଳେ,ଶୟନ କରିବା କାଳେ ,
କ୍ଷଣେ ହେଲେ ନିଦ୍ରା ମୋ ଈକ୍ଷଣକୁ ନ ଆସିଲା (4)
ବୋଲେ ଅଷ୍ଟଦୁର୍ଗେଶ୍ୱର, ତା ପାଶୁ ହେବାରୁ ଦୂର,
ଦିନକୁ ଦିନ ମଦନ ଜୀବନକୁ ଶୋଷିଲା (5)
କବିସୂର୍ଯ୍ୟ ବଳଦେବ ରଥ
