STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (175)

ଚଉପଦୀ (175)

1 min
377

ଚଉପଦୀ

(175)

ରାଗ-ମୁଖାରୀ

ସେ କି ସାରାସାର ଜାଣେ,

ପ୍ରୀତି ରୀତି ନ ପାଳେ ଯେ ଅଣୁ ପରମାଣେ (ପଦ)

ରାଜମାର୍ଗ ଛାଡି ଉଠେ ଅବାଟ ଉଠାଣେ,

ଦ୍ୱିଜସଙ୍ଗ ବିବର୍ଜି ଯେ ମିଶଇ ପଠାଣେ (1)

ଶୁକମାରୀ ଫଳ ଯେ ଦିଏ ସଞ୍ଚାଣେ,

 ଯେ କୁନ୍ଦନେ ଖଞ୍ଜେ ମଣି ନ ବସାଇ ଶାଣେ (2)

ଫଳ ବିନା ଅତି ଲୋଭ ରଖି ଛାର ପ୍ରାଣେ,

ଜଳଧିରେ ଯେ ନପଡେ ପ୍ରିୟଜନ ରାଣେ (3)

ତାହାକୁ କି କଳାବତୀ ନଜରକୁ ଆଣେ,

ବିନ୍ଧା ହୋଇ ନାହିଁ ଥରେ ଯେ କୁସୁମ ବାଣେ (4)

କନକ ବନିବ ବୋଲି ରୀତି କି ରସାଣେ,

ସତ୍ୟବୁଦ୍ଧି କରୁଥାଏ ଯେ ଶଶ-ବିଷାଣେ (5)

ଯେ ବାମା ଅଧର ମଧୁବସନରେ ଛାଣେ,

ମୃଦୁଳ ମାଳତୀମାଳା ହୀରାମୁନେ ହାଣେ (6)

ଯେ ଲେଖି ସୁଚିତ୍ରପଟ ସମରପେ କାଣେ,

 ମାଗିବା ଲୋକର କରେ ନ ଦିଅଇ ମାଣେ (7)

କନକ କୁଡୁଆ ଥାଉ ଯେ ପିଏ ପିହାଣେ,

ଜାଈ ଥାଉଁ ଗିରିମଲ୍ଲୀ ଯେ ଲଗାଏ ଘ୍ରାଣେ (8)

କର୍ଣ୍ଣ ଯେ ସମର୍ପି ନାହିଁ ଭ୍ରମରେ ପୁରାଣେ,

ହରିଙ୍କି ଯେ କରିନାହିଁ ମୂଳ ପରିତ୍ରାଣେ (9)

କହେ ଜଗଦ୍ଦେବ ଶିକ୍ଷା ହେଲେ ହେଲେ ଟାଣେ,

କେ କାହା ସ୍ୱଭାବ ଛାଡେ ପରାଣ ପ୍ରୟାଣେ (10)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics