STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (173)

ଚଉପଦୀ (173)

1 min
282

ଚଉପଦୀ

(173)

ରାଗ –ମୁଖାରୀ- ଏକତାଳି

ସରସ ଯେତିକି ରେ ବନ୍ଧୁ ବିରସ ତେତିକି ରେ (ଘୋଷା)

ନାଗରୀ ମୁକୁଟ ହୀରା, ଉନ୍ମାଦ ପ୍ରେମ ପସରା

ସୁରତ - ରଙ୍ଗୀଣୀ ଠାଣି, ଉହୁଁ ଉହୁଁ ଇଷିବାଣୀ

(ପଡି)         ନାହିଁ ନାହିଁ ମହୀମଣ୍ଡଳେ ସହୀପରି

ପରିଣତ-ବିମ୍ବାଧରୀ ଧରାଶୀରି

କରୀନ୍ଦ୍ରବରଗତି ସଙ୍ଗତ ଜଗତୀରେ

ଗତି ମୋ ରତି ପଣ୍ଡିତା ରମଣୀମଣି (1)

ଆସେ ହୋଇ ରହରହ, ହାସେ ମଣ୍ଡୁଥାଏ ଦେହ

ମୁଖେ ବାସଶେଷ ଦେବା, ଫଛକୁ ଘୁଞ୍ଚି ଆସିବା

(ପଡି) ଭେଟହେଲେ ଚାରି ନେତ୍ର, ପୁଲକେ ପୂରଇ ଗାତ୍ର

ଗଣ୍ଡେ ମଣ୍ଡଇ ପାଣିକି, ଡୋଳା କଳା ଚାହାଣିକି (2)

ବସାଇଲେ କୋଳେ ଭୋଳେ, ଚୁମ୍ବନ୍ତେ ଅଧର ତଳେ

ପ୍ରକମ୍ପଇ ଗଣ୍ଡପାଳି, ଆହା ସେ ଶ୍ରୀମୁଖ ଝଳି

(ପଡି) ଜବାଧରେ ମନ୍ଦହାସ, ହୃଦୟ କରି ଉଲ୍ଲାସ

ତୁଳିଲେ ସାରସ ଶଶୀ, ସରସ ଲପନ ଦିଶି (3)

ସୁଧା ମଧୁର ନିଗଡା, ପାନେ ଆନ ଧ୍ୟାନଛଡା

ସେ ଯେଉଁ ମଧୁରାଧର, ମୃଦୁ ଭାଷାର ସଞ୍ଚାର

(ପଡି) ଶ୍ରୀମୁକୁନ୍ଦଦେବ ଚିତ୍ତ, ବିଚାରୁ ଥାଇ ସତତ

ମଣ୍ଡଳ ଉଚ୍ଚାଟ ମନ୍ତ୍ର, ହୋଇଛି କି ପୁଷ୍ପବନ୍ତ (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics