STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (17)

ଚଉପଦୀ (17)

1 min
124

ଚଉପଦୀ

(17)

ରାଗ ମୁଖାରୀ, ତାଳ ଝୁଲା

ଉଣା ତ ନାହିଁ ଚାକିରିରେ, ବନ୍ଧୁ

ଗୁଣାମ୍ବୁ ନିଧିରେ ଜଣା ତ ଯାଉଛି

ତୁ ମୋ ରୁଷିଲା ପରି ରେ (ଘୋଷା)


ହଣା ବଳିଦେଇ ଦେବୀଙ୍କି ମଣାଇ

                     ପାଉ ଅଛି ନରକରି .

ବଣା ମୃଗାକ୍ଷୀ ମୁଁ ତୋ ଗଣ୍ଡ .ଯୁଗଳେ

ଲେଖିଛି ଚିତ୍ର ମକରୀ ରେ (1)

ବୀଣାବାଣି ଯୋଡି ମାଙ୍ଗକୁ ସଜାଡି

ଅଳକା ଲାଗି ମୋହରି

ଗୁଣା ମୋତି ଦଣ୍ଡି ସୁନାସରେ ମଣ୍ଡି

କଣ୍ଠେ ରତ୍ନ ଚାପସରି ରେ (2)

ଟଣାଟଣି କରି ତୋଉରେ ବାନ୍ଧିଛି

କାଞ୍ଚଲାରେ ଦେଇ ଜରି .

ବୀଣାନାଦ ଜିଣି କଟିରେ କିଙ୍କିଣୀ

ଭିଡିଛି ସୁଯତ୍ନ କରି ରେ (3)

ଶୁଣା ପ୍ରଖର ଶବ୍ଦ ପଦେ ନୂପୁର

ଖଞ୍ଜିଛି ନବ ନାଗରୀ .

ଜଣାଉଛି କବି ରବି ବିପରୀତ

ଦାନେ ବରତନ ସରି ରେ (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics