STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (161)

ଚଉପଦୀ (161)

1 min
339

ଚଉପଦୀ

(161)

ରାଗ ତୋଡି ପରଜ ଏକତାଳି

ରେ ମିତଣି, ମଜ୍ଜାକୁ ହେଜଇ ବ୍ୟଥା

ମିତ୍ର ଜନମନ ମାତ୍ର କଲେ ମ୍ଳାନ ମାଡିଯାଏ ପୁଣି କଥା (ଘୋଷା)

ଦୂରୁ କିରେ ଆଳି ବୋଲି ନଶଙ୍ଖାଳି ମୁରୁକି ହାସ ବରଜି

ତଳକୁ ମଉଳି କରି ଚଳିକରି ନକଲେ ହେଲେ ତରଜି (1)

ଚନ୍ଦ୍ରିକା ଚନ୍ଦନ କଳପିକସ୍ୱନ କୁସୁମ ଭୃଙ୍ଗ ନିନାଦ

ଲାଗେ ବିଷପରି ଦିବା ବିଭାବରୀ ନ ଛୁଅଁଇ ନେତ୍ରେ ନିଦ (2)

ଉପାୟ ନକଲେ ଜଣାଯିବ ବୋଲି ଉପାୟନ କିଛି କରି

ଗେଲ ଗିର ଯେତେ କହିଲେ ଲାଗଇ ଛେଲ ବାଜିଗଲା ପରି (3)

ଡୋଳା କଞ୍ଜଦଳ ଜଳରୁ ତରଳ ହୋଇଯାଏ ଚାହୁଁ ଚାହୁଁ (4)

ଅଧର ଦଳରେ ନଚାଇ ଛଳରେ ମଧୁର ସରସ ବାଣୀ

ଗଉରବମୟ କଲେ ହେଁ ହୃଦୟ ଠଉର ପଡେ ସେ କ୍ଷଣି (5)

ସ୍ନେହ ପରା ସ୍ୱାଦୁ ଚିକକଣ ପଦାର୍ଥହୁଅଇ ଯେବେ ଖଦଡ

ଅଷ୍ଟଦୁର୍ଗନାଥ ବୋଲେ ଦମ୍ପତିକି କଷ୍ଟନାହିଁ ତହୁଁ ବଡ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics