STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (16)

ଚଉପଦୀ (16)

1 min
359


ଚଉପଦୀ

(16)


ଆହା ମୋ ଖଞ୍ଜନାକ୍ଷି ଅନଙ୍ଗେ ମୋ ବିନା ଦୁଃଖୀରେ,

ଅବନୀରେ ଢଳିପଡିବାରୁ ତୋଳିଧରୁଥିବେ ପ୍ରିୟସଖି ରେ (ପଦ)

ଅହର୍ନିଶ ଝୁରି ଝୁରି, ଅତି କୃଶକୃଶୋଦରି, ଇନ୍ଦୁକଳା ତନୁ ତାକୁ

ନିନ୍ଦିବନି ତାର ତାର ତନୁଶିରୀ ରେ (1)

ଅଶ୍ରୁଭରେ ନେତ୍ର ବେନି, ଅବିରତେ ପୁରିବନି, ଅସାରମାର

ଅନୁପାରେ ପଡିଣ ମୃଦୁହାସୀ ଭାସିବନି ରେ (2)

ଆଭରଣ ଦୂରକରି, କେଉଁ କୁମ୍ଭ ପୟୋଧରୀ ,

ଅମଳ ମୃଣାଳ ଖଣ୍ଡ ପାଣି ପିଣ୍ଡେ ମିଶୁଥିବଟି କିପରି ରେ (3)

ଅବଧିରେ ତେଜି ଆଶା, ଅଧିକରେ ଅଭରସା,

ଅତି ଶ୍ୱାସ ଖର ପଡୁଥିବ ପରା ହେବନି ଦଶମ ଦଶା ରେ (4)

ଅଷ୍ଟଦୁର୍ଗେଶ୍ୱର ଭଣି, ଅଭିନବ ରାମାମଣି, ଉମାଧବ କୃପା

ସତେ ଅବା ଜୀବ ଯିବାଯାଏଁ ପୁଣି ରେ (5)

କବିସୂର୍ଯ୍ୟ ବଳଦେବ ରଥ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics